Home ଜିଲ୍ଲା ପରିକ୍ରମା ଚିହ୍ନଟ ହେଲେ ୧୩୯ କରୋନା ଆକ୍ରାନ୍ତ, ସକ୍ରିୟଙ୍କ ସଂଖ୍ୟା ୨ହଜାର ତଳକୁ ଖସିଲା

ଚିହ୍ନଟ ହେଲେ ୧୩୯ କରୋନା ଆକ୍ରାନ୍ତ, ସକ୍ରିୟଙ୍କ ସଂଖ୍ୟା ୨ହଜାର ତଳକୁ ଖସିଲା

24

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ୧୩୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ଓ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ଯୋଗୁ ଦୀର୍ଘ ଦିନର ବ୍ୟବଧାନ ପରେ ଜିଲ୍ଲାର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ତଳକୁ ଖସି ୧୯୬୬ ହୋଇଛି । ନୂତନ ଭାବେ ଚିହ୍ନଟ ଆକ୍ରାନ୍ତମାନେ ଭଦ୍ରକ ବ୍ଳକର ଆମ୍ବରୋଳି, ଅର୍ଣ୍ଣପାଳ, ବାଣିତିଆ, ବେନ୍ତାଳ, ଇଚ୍ଛାପୁର, ଏରେଇଁ, ଗେଲଟୁଆ, କଲେଇ, ବିରିପଡା ଓ ସାହାଡା ଗ୍ରାମରୁ ୧୩ଜଣ, ଭଦ୍ରକ ପୌରପାଳିକାର ଅପର୍ତ୍ତିବିନ୍ଧା, ବାଇପାସ୍‌, ବରାଳପୋଖରୀ, ଉତ୍ତରବାହିନୀ, ଚରମ୍ପା ଅଞ୍ଚଳରୁ ୧୪ଜଣ, ବାସୁଦେବପୁର ବ୍ଲକର ଗୁଆଗଡିଆ, ସୁଦର୍ଶନପୁର, ସୁଗୋ ଗ୍ରାମରୁ ୪ଜଣ, ବନ୍ତ ବ୍ଳକର ବନ୍ତ, ରଇଁତରା, ତୋଡଙ୍ଗା ଗ୍ରାମରୁ ୭ଜଣ, ଚାନ୍ଦବାଲି ବ୍ଲକର ଓସ୍ତିଆ, ସରଦିଆ, ଭାଟପଡା, ବିଜୟନଗର, ଚରଦିଆ, କଇଥଖୋଲା, ଖଣ୍ଡଗରଡି, ବଡସିଂଗପୁର, ମଉସୁଧା, ମତୋ, ନଳଗୋହିରା, ରାମପୁର, ତେନ୍ତୁଲିଡିହି, ମଣିପୁର, ଉତୁକୁଡା ଗ୍ରାମରୁ ୩୪ଜଣ, ଚାନ୍ଦବାଲି ଏନ୍‌ଏସିରୁ ୫ଜଣ, ତିହିଡ଼ି ବ୍ଳକର ବାରୋ, ଭାଯପଡା, ପାଳିଆବିନ୍ଧା, ରାଜନଗର, ଶ୍ୟାମସୁନ୍ଦରପୁର, ସିନ୍ଦୋଳ ଓ ତାଳପଦା ଗ୍ରାମରୁ ମୋଟ ୩୦ଜଣ, ଧାମନଗର ବ୍ଳକର ଅସୁରାଳି, ଗୁଆପୋଖରୀ, ଚୁଡାକୁଟି, ଦୋବଲ, ଗୋବିନ୍ଦପୁର, ପଧାନୀ, ରଇପୁର ଗ୍ରାମରୁ ୧୦ଜଣ, ଭଣ୍ଡାରିପୋଖରୀ ବ୍ଳକର ବାବଲପୁର, ବୟାଁବନାପୁର, ଆଦମପୁର, ନୂଆଗାଁ, ରାଜେନ୍ଦ୍ରପୁର, ଷୋଳମପୁର ଗ୍ରାମରୁ ୭ଜଣ ଏବଂ ଅନ୍ୟ ଜିଲ୍ଲାରୁ ୪ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୧ଜଣ ଜିଲ୍ଲା ବାହାରେ ଚିହ୍ନଟ ହୋଇଥିବା ଜଣା ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.