ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାମୁଁଘରକୁ ଆସି, ଖେଳିବା ବେଳେ ୫ ବର୍ଷର ନାତିକୁ ତମ୍ପ ସାପ କାମୁଡିଦେଲା । ଅଜା ଏହା ଦେଖିବା ପରେ ନାତିକୁ ମେଡିକାଲ ଆଣିବା ସହ ତମ୍ପ ସାପଟିକୁ ଧରି ଏକ ବୋତଲରେ ପୁରାଇ ମେଡିକାଲକୁ ନେଇଆସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲା ସୋସୋ କାନପୁର ଗାଁରେ । ଭଦ୍ରକ ପୌରପାଳିକା ଅଧୀନସ୍ଥ ଚରମ୍ପା ବରାଳପୋଖରୀ ଗାଁର ଭରତ ଧଡାଙ୍କ ୫ ବର୍ଷର ପୁଅ ବିଶ୍ୱଜିତ୍ କାନପୁରସ୍ଥିତ ମାମୁଁଘରକୁ ଯାଇଥିଲା । ଖେଳିବାବେଳେ ଘର ଭିତରେ ତମ୍ପ ସାପ କାମୁଡି ଦେଇଥିଲା । ଅଜା ଏହା ଦେଖିବା ପରେ ବାଡି ସାହାଯ୍ୟରେ ସାପଟିକୁ ଧରି ବୋତଲରେ ପୁରାଇ ନାତି ସହ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଚିକିତ୍ସାରେ ଡାକ୍ତରଙ୍କ ସୁବିଧା ପାଇଁ ସାପଟିକୁ ଆଣିଥିବା କଥା ଗଣମାଧ୍ୟମକୁ କହିଛନ୍ତ ସଂପର୍କୀୟ ଅଜା ।