Home ଓଡ଼ିଶା ଚିକିତ୍ସା ଅଭାବରୁ ୧୬ ବର୍ଷ ବାଳକର ମୃତ୍ୟୁ

ଚିକିତ୍ସା ଅଭାବରୁ ୧୬ ବର୍ଷ ବାଳକର ମୃତ୍ୟୁ

186

ପୁରୀ,୨୦/୧୦,(ଓଡ଼ିଆ ପୁଅ ପି ନାୟକ): ଚିକିତ୍ସା ଅଭାବରୁ ଜଣେ ୧୬ ବର୍ଷ ବାଳକର ମୃତ୍ୟୁ ଘଟିଛି । ଯାହାକୁ ନେଇ ଏବେ ଉତ୍ତେଜନା ଦେଖାଯିବା ସହ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟାବେଳେ ୧୬ ବର୍ଷର ଵାଳକ ସୁମନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ସୁମନଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ତେବେ ସୁମନ୍‌ର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକ ଅକ୍ସିଜେନ୍ ଲଗାଇବାକୁ କହିଥିଲେ । ହେଲେ ପରିବାର ଲୋକଙ୍କ କହିବା ସତ୍ତ୍ୱେ ବି ସୁମନ୍ତ ଉପଯୁକ୍ତ ଚିକିତ୍ସା କରାଯାଇନଥିଲା ।  ଅନେକ ଯନ୍ତ୍ରଣା ସହିବା ପରେ ଶେଷରେ ଆଖି ବୁଜିଥିଲା ସୁମନ୍‌ । ପରେ ପରିବାର ଲୋକେ ଡାକ୍ତରଙ୍କ ଚିକିତ୍ସା ଅବେହେଳାରୁ ସୁମନର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ।ଏନେଇ ଗତକାଲି ବିଳମ୍ବିତ ରାତିରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.