Home କେନ୍ଦୁଝର ଚାଷୀଘରର ପୁଅ ଜେଇଇରେ ପାଇଲେ ସଫଳତା

ଚାଷୀଘରର ପୁଅ ଜେଇଇରେ ପାଇଲେ ସଫଳତା

69

ହାଟଡ଼ିହି, ୧୬ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ନିଳାପୁର ଗ୍ରାମର ଜଣେ ଚାଷୀଘରର ପୁଅ ଜେଇଇ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ଗ୍ରାମର କୈଳାଶ ଜେନା ଜଣେ ଗରିବ ଚାଷୀ ଘରର ବ୍ୟକ୍ତି ହୋଇଥିବାବେଳେ ତାଙ୍କ ପୁଅ ଶୁଭମ ପ୍ରକାଶ ଯେନା ଚଳିତ ଜେଇଇ ଆଇଆଇଟି ଏଣ୍ଟ୍ରାନସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ସେ ମୁଗୁପୁର ହାଇସ୍କୁଲରୁ ମାଟ୍ରିକ ପାସ କରିବାପରେ ଭୁବନେଶ୍ୱରର ଗୌରବ ହାୟର ସେକେଣ୍ଡରୀ ସ୍କୁଲ ଅଫ କମର୍ସ ଏଣ୍ଡ ମେନେଜମେଣ୍ଟ ସାଇନସରେ ଯୁକ୍ତ ୨ ଶିକ୍ଷାଲାଭ କରିବାପରେ ଜେଇଇ ଆଡଭାନସଡ (ଆଇଆଇଟି) ପରୀକ୍ଷା ଦେଇଥିଲେ । ସେଥିରେ ସେ ୪୧୧୭ର‌୍ୟାଙ୍କରେ ରହି ସଫଳତା ହାସଲ କରିଛନ୍ତି । ସେ ନିୟମିତ ୧୦ରୁ ୧୨ଘଣ୍ଟା ପଢ଼ିବାସହ ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ ବୋଲି କହିଛନ୍ତି । ସେ ଭବିଷ୍ୟତରେ ଜଣେ ଇଲେକଟ୍ରିକାଲ ଇଞ୍ଜିନିୟର ହେବେ ବୋଲି ଆଶା ରଖିଛନ୍ତି । ତାଙ୍କର ଏହି ସଫଳତାରେ ସମଗ୍ର ପଞ୍ଚୁଗୋଛିଆ ପଞ୍ଚାୟତରେ ଖୁସିର ଲହରୀ ଖେଳିଯାଇଛି । ତାଙ୍କର ଏହି ସଫଳତାର ଶ୍ରେୟ ନିଜର ବାପା, ଭାଇ, ଭଉଣୀ ଓ ଗୌରବ କଲେଜର ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଦେଇଛନ୍ତି । ଫଳ ପ୍ରକାଶ ପାଇବାପରେ ଗୌରବ କଲେଜର ଚେୟାରମ୍ୟାନ ବିଶ୍ୱରଞ୍ଜନ ସାହୁ, ଡାଇରେକ୍ଟର ପ୍ରଶାନ୍ତ କୁମାର ଖଣ୍ଡାୟୀ, ଅଧ୍ୟକ୍ଷ ଡ. ବି.ଏଲ.ଶିବବ୍ରତ ବାରିକ, ନିର୍ଦ୍ଦେଶକ ଅଶୋକ ନାଥ ଶର୍ମା, ମାକେଟିଂ ମ୍ୟାନେଜର ରବିନ୍ଦ୍ର କୁମାର ସାହୁ ପ୍ରମୁଖ ତାଙ୍କ ନୀଳାପୁର ବାସଭବନରେ ପହଞ୍ଚି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉତ୍ତୋରତର ସଫଳତା କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.