Home ଜିଲ୍ଲା ପରିକ୍ରମା ଚାଳଚେର-ଗୋପାଳପୁର ରେଳପଥ ଦାବିରେ କ୍ରିୟାନୁଷ୍ଠାନ କମିଟି ବୈଠକ

ଚାଳଚେର-ଗୋପାଳପୁର ରେଳପଥ ଦାବିରେ କ୍ରିୟାନୁଷ୍ଠାନ କମିଟି ବୈଠକ

128

ନୟାଗଡ଼, ୨୭ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଚାଳଚେର-ଗୋପାଳପୁର ରେଳପଥର ତୃତୀୟ ସର୍ଭେ ପୁରିି ୧୮ ବର୍ଷ ବିତିଥିଲେ ମଧ୍ୟ ରେଳ ବିଭାଗର ଏହି ରେଳପଥ ପ୍ରତି ବିମୁଖତା ନେଇ କ୍ରିୟାନୁଷ୍ଠାନ କମିଟି ସ୍ୱର ଉଠାଇଛି। ନୟାଗଡ଼ ବ୍ଳକ ସମ୍ମିଳନୀ କକ୍ଷରେ ଏକ ବରାଦି ବୈଠକରେ ଏହି ରେଳପଥକୁ ତୁରନ୍ତ ନିର୍ମାଣ କରିବା ପାଇଁ କମିଟି ଦାବି କରିଛି। ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳମତ ନିର୍ବିଶେଷରେ ରେଳପଥର ବିକାଶ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା କମିଟିର ଆବାହକ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଓଡ଼ିଶାର ଏକତା ଓ ସଂହତି ପାଇଁ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଓ ତାଳଚେର-ଗୋପାଳପୁର ରେଳପଥ ଏକ ଉତ୍ତମ ଭିତ୍ତିଭୂମି ସୃଷ୍ଟି କରିବ ବୋଲି କମିଟିର ଅନ୍ୟତମ ସହଯୋଗୀ ଆବାହକ ବିଶ୍ୱନାଥ ମହାପାତ୍ର କହିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିରଂଜନ ମିଶ୍ର, ବରିଷ୍ଠ ସାମ୍ବାଦିକ ଗୋକୁଳ କୁମାର ଷଡ଼ଙ୍ଗୀ, ସନ୍ତୋଷ ପ୍ରଧାନ, ସୁବାସ ଚନ୍ଦ୍ର କଅଁର, ଶ୍ରୀକାନ୍ତ ପଟ୍ଟନାୟକ, ଜ୍ୟୋତ୍ସ୍ନା ପଟ୍ଟନାୟକ, ପବିତ୍ର ଇନ୍ଦ୍ରଜିତ୍ ପ୍ରମୁଖ ଆଲୋଚନାରେ ଭାଗନେଇ ରେଳପଥ ଦାବିକୁ ଜୋରଦାର କରି ରାଜ୍ୟସ୍ତରୀୟ ଓ କେନ୍ଦ୍ରୀୟ ନେତୃତ୍ୱକୁ ଅବଗତ କରାଯିବା ଉପରେ ମତବ୍ୟକ୍ତ କରିଥିଲେ। ଉଲ୍ଲେଖଯୋଗ୍ୟ ୨୯୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରେଳପଥ ପାଇଁ ଜନନାୟକ ବିଜୁ ପଟ୍ଟନାୟକ ୧୯୯୦ରେ ପରିକଳ୍ପନା କରିଥିଲାବେଳେ ଏହି ରେଳପଥ ହେଲେ ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼ ଓ ଗଂଜାମ ଜିଲ୍ଲାର ସାମାଜିକ, ଅର୍ଥନୈତିକ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା ସହୌିତ ଚାଳଚେରରୁ ସିଧାସଳଖ ଗୋପାଳପୁରକୁ କୋଇଲା ଆସିପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.