Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବ୍ଲକ୍ ଓ ବିଧାୟକଙ୍କ ବାସଭବନ ସମ୍ମୁଖରେ ନୂଆଗାଁ ପଞ୍ଚାୟତବାସୀଙ୍କ ଧାରଣା

ଚାନ୍ଦବାଲି ବ୍ଲକ୍ ଓ ବିଧାୟକଙ୍କ ବାସଭବନ ସମ୍ମୁଖରେ ନୂଆଗାଁ ପଞ୍ଚାୟତବାସୀଙ୍କ ଧାରଣା

52

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ନୂଆଗାଁ ଗ୍ରାମପଞ୍ଚାୟତସ୍ତରୀୟ ମହାସଂଘ କାର୍ଯ୍ୟାଳୟ ପରିସରରେ ବିନା ରିଜୋଲ୍ୟୁସନରେ ସିସିଟିଭି କ୍ୟାମେରା ଲଗାଇ ମହିଳାମାନଙ୍କ ଆପତ୍ତିଜନକ ଫଟୋ ଉତ୍ତୋଳନ କରିଥିବା ସ୍ଥାନୀୟ ସରପଞ୍ଚ ଓ ମୁଖ୍ୟ ଅଭିଯୁକ୍ତ ତାଙ୍କ ଠିକାଦାର ସ୍ୱାମୀ ସୁଶାନ୍ତ ମହାପାତ୍ରଙ୍କୁ ଗିରଫ, ନୂଆଗାଁ ଗ୍ରାମପଞ୍ଚାୟତସ୍ତରୀୟ ମହାସଂଘର ସଭାନେତ୍ରୀ ଗୀତା ମୁଣ୍ଡା, ସଂପାଦିକା ସାବିତ୍ରୀ ମଙ୍ଗୁଆଳ, କୋଷାଧ୍ୟକ୍ଷ ସରସ୍ୱତୀ ବାରିକଙ୍କ ବହିଷ୍କାର ଦାବିରେ ଆଜି ମହାସଂଘ ପଞ୍ଚାୟତବାସୀଙ୍କ ପକ୍ଷରୁ ଚାନ୍ଦବାଲି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ପରେ ସ୍ଥାନୀୟ ବିଧାୟକ ବ୍ୟୋମକେଶ ରାୟଙ୍କ ସ୍ଥାନୀୟ ବାସଭବନ ଘେରାଉ କରାଯାଇଛି । ଏହି ଆନ୍ଦୋଳନରେ ଯୁବନେତା ବିକାଶ ନାଥ, ଅଶୋକ ବେହେରା, ମହିଳା ନେତ୍ରୀ ନନ୍ଦିନୀ ମାଝୀ, କୁନିଲତା ନାୟକ, ସରୋଜିନୀ ମୁଦୁଲି, ଅଂଜୁଲତା ଘଡାଇ ଓ ମିନତୀ ଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ । ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ପଂଚାୟତବାସୀ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.