Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ ଅଭିଯୋଗ, ବେସରକାରୀ କର୍ମଚାରୀଙ୍କ ସହ ଠେଲାପେଲା

ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ ଅଭିଯୋଗ, ବେସରକାରୀ କର୍ମଚାରୀଙ୍କ ସହ ଠେଲାପେଲା

44

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବେସରକାରୀ ଲୋକଙ୍କୁ ସରକାରୀ ଅଫିସର ବର୍ଷ ବର୍ଷ ହେଲା ବସାଇ ତାଙ୍କୁ ହାତବାରିସ କରି ସରକାରୀ ବାବୁ ନେଉଛନ୍ତି ଲାଞ୍ଚ । ଗୋଟିଏ ମୃତ୍ୟୁ ପ୍ରମାଣପତ୍ର ପାଇଁ ଦେବାକୁ ପଡୁଛି ୫ ଶହ ଟଙ୍କା । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ । ଟଙ୍କା ନେଇଥିବା ବେସରକାରୀ କର୍ମଚାରୀଙ୍କୁ ଟଣାଘୋଷରା ସହିତ ଠେଲାପେଲା କଲେ ଲୋକେ । ଶେଷରେ ଅଫିସ୍ ବନ୍ଦ କରି ସରକାରୀ ଓ ବେସରକାରୀ କର୍ମଚାରୀ ପଳାଇଲେ । ଦିନେ ନୁହେଁ କି ଦୁଇଦିନ ନୁହେଁ ଏମିତି ବର୍ଷ ବର୍ଷ ଚାଲିଛି । ସୁନ୍ଦରପୁର ଗାଁର ଗଣେଶ ସାହୁଙ୍କ ପିତା ଗଂଗାଧର ସାହୁ ବର୍ଷେ ତଳେ ମୃତ୍ୟୁବରଣ କରିଥିଲେ । ହେଲେ ତାଙ୍କ ପୁଅ ଆଜକୁ ୬ ମାସ ହେଲାଣି ମୃତ୍ୟୁ ପ୍ରମାଣପତ୍ର ପାଇଁ ଚାନ୍ଦବାଲି ମେଡିକାଲକୁ ଦୌଡୁଛନ୍ତି । ହେଲେ କେତେବେଳେ ସାଇଟ୍ ବ୍ଲକ୍ ତ କେତେବେଳେ ଉପର ଅଫିସର ନାହାଁନ୍ତି । ଏମିତି କହି ସମୟ ଗଡାଇ ଚାଲିଛନ୍ତି । ଶେଷରେ ୫ ଶହ ଟଙ୍କା ଦେଲେ କାମ ହୋଇଯିବ ବୋଲି କହିବା ପରେ ଗଣେଶ ଅଫିସରେ ଥିବା କର୍ମଚାରୀଙ୍କୁ ୫ ଶହ ଟଙ୍କା ଦେଇଥିଲେ । ଆଉ ଘଣ୍ଟାଏ ଦୁଇଘଣ୍ଟା ଭିତରେ ପ୍ରମାଣପତ୍ର ମିଳିଯାଇଥିଲା । ପ୍ରମାଣପତ୍ର ପାଇବା ପରେ କାହିଁକି ଟଙ୍କା ନେଲ, ଟଙ୍କା ଫେରାଓ ବୋଲି ଜିଦ୍ କରି ବେସରକାରୀ କର୍ମଚାରୀ ଅଜୟ ପରିଡାଙ୍କୁ ଟଣାଓଟରା କରିଲେ । ହେଲେ ସେ ମେଡିକାଲରେ କୌଣସି ପଦପଦବୀରେ ନଥିବାବେଳେ ସେ ଏମିତି ସାର୍ଟିଫିକେଟ୍ କାମ କରୁଛନ୍ତି । ଯିଏ ଯାହା ୨୦-୩୦ ଖର୍ଚ୍ଚ ଦେଲେ ନେଉଛି । ଯାହାଠୁ ପଇସା ନେଇଛୁ ତା କାମ କରିଛୁ ବୋଲି କହିଛନ୍ତି । ଅନ୍ୟପଟରେ ଅଫିସର ହେଡ୍ କ୍ଲର୍କ ପ୍ରିୟବ୍ରତ ମିଶ୍ର କହୁଛନ୍ତି, ଯାହା ସରକାରୀ ଚାର୍ଜ ନେଇଛୁ, ସେ କିଏ ଏ ଅଫିସ୍‌ରେ ପବ୍ଲିକ୍ ମୁଁ ତାଙ୍କ କଥା କହିପାରିବି ନାହିଁ ବୋଲି ସଫେଇ ଦେଇଛନ୍ତି । ତେବେ ବେସରକାରୀ ଲୋକଙ୍କୁ କିଏ ବର୍ଷ ବର୍ଷ ହେଲା ଅଫିସ୍‌ରେ ବେଆଇନ୍ ଭାବେ କାର୍ଯ୍ୟ କରିବାକୁ କହିଛି, ତାହା ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.