Home ଜିଲ୍ଲା ପରିକ୍ରମା ଚାନ୍ଦବାଲି : ଓରାସାହିରେ କୃଷକ ମଂଚ ପକ୍ଷରୁ ଗଣଧାରଣା

ଚାନ୍ଦବାଲି : ଓରାସାହିରେ କୃଷକ ମଂଚ ପକ୍ଷରୁ ଗଣଧାରଣା

24

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଓରାସାହି ଓ କାଣ୍ଡଗରଡି ପଂଚାୟତର ଚାଷୀଙ୍କ ମିଳିତ କୃଷକ ମଂଚ ପକ୍ଷରୁ ଆଜି ଓରାସାହି ସେବା ସମବାୟ ସମିତି ଆଗରେ ଚାଷୀମାନେ ଗଣଧାରଣା ଦେଇଛନ୍ତି । ଏହି ଗଣଧାରଣାରେ ବସିଥିବା ଚାଷୀମାନଙ୍କ ଅଭିଯୋଗ ମୂଳେ ଧାନମଣ୍ଡିରେ ସେମାନଙ୍କୁ ଶୋଷଣ କରାଯାଇ ଧାନକ୍ରୟରେ ବ୍ୟାପକ ଅନିୟମିତତା କରାଯାଉଛି । ଟୋକନ୍ ପାଇ ଚାଷୀ ଧାନ ବିକ୍ରି କରିପାରୁନାହାଁନ୍ତି । ଓରାସାହି ସେବା ସମବାୟ ଅଧୀନରେ ଥିବା ଦୁଇ ପଂଚାୟତର ଚାଷୀଙ୍କୁ ସେବା ସମବାୟ ସମିତିରେ ଥିବା ଧାନମଣ୍ଡି ସଂପାଦକ ରାଜନୈତିକ ଚାପରେ କିଛି ଚାଷୀଙ୍କୁ ପାତର ଅନ୍ତର କରି ସେମାନଙ୍କର ଟୋକନକୁ ରଦ୍ଦ କରୁଛନ୍ତି । ଦଳୀୟ କୋଟାରେ କିଛି ନିର୍ଦ୍ଦିଷ୍ଟ ଚାଷୀଙ୍କ ପାଇଁ ଟାର୍ଗେଟ୍‌ରେ ଧାନ କିଣୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏଣୁ ବିଭିନ୍ନ ଅନିୟମିତତାର ତଦନ୍ତ ଦାବିରେ ଚାଷୀମାନେ ଓରାସାହି ସେବା ସମବାୟ ସମିତି ଆଗରେ ଗଣଧାରଣା ଦେଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.