Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ବିଜେପିର ବ୍ଲକ୍ ଘେରାଉ କାର୍ଯ୍ୟକ୍ରମରେ ଉତ୍ତେଜନା, ଢେଲା ମାଡରେ ଏସ୍‌ଡିପିଓଙ୍କ ସମେତ ଆଇଆଇସି ଗୁରୁତର

ଚାନ୍ଦବାଲିରେ ବିଜେପିର ବ୍ଲକ୍ ଘେରାଉ କାର୍ଯ୍ୟକ୍ରମରେ ଉତ୍ତେଜନା, ଢେଲା ମାଡରେ ଏସ୍‌ଡିପିଓଙ୍କ ସମେତ ଆଇଆଇସି ଗୁରୁତର

32

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲିରେ ବିଜେପିର ବ୍ଲକ୍ ଘେରାଉ କାର୍ଯ୍ୟକ୍ରମରେ ଉତ୍ତେଜନା ଦେଖାଦେଇ ଢେଲା ମାଡରେ ଏସ୍‌ଡିପିଓ ଓ ଥାନାଧିକାରୀ ଗୁରୁତର ହୋଇଥିବାର ଜଣାପଡିଛି । ଏପରିକି ବ୍ଲକ୍ ପରିସରରେ ବ୍ୟାପକ ଭଙ୍ଗାରୁଜାବେଳେ ଦୁଇଟି ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ଚାନ୍ଦବାଲି ବିଜେପି ପକ୍ଷରୁ ବ୍ଲକ୍ ଘେରାଉ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଜେପି କର୍ମୀମାନେ ବ୍ଲକ୍ ଅଫିସ୍ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରୁଥିଲେ । ଏହି ସମୟରେ ଉତ୍ତେଜିତ ବିଜେପି କର୍ମୀ ବ୍ଲକ୍ ଗେଟ୍ ଭାଙ୍ଗି ଭିତରକୁ ଧସେଇ ପଶିଥିଲେ । ଧସେଇ ପଶି ଭଂଗାରୁଜା କରୁଥିବା ସମୟରେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ କର୍ମୀ ସେମାନଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କର ଟେକା ପଥର ମାଡରେ ଚାନ୍ଦବାଲି ଏସ୍‌ଡିପିଓଙ୍କ ମୁଣ୍ଡ ଫାଟିଥିବାବେଳେ ସ୍ଥାନୀୟ ଥାନାଧିକାରୀ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏସ୍‌ଡିପିଓଙ୍କ ମୁଣ୍ଡରେ ୪ଟି ଷ୍ଟିଚ୍ ପଡିଛି । ଅନ୍ୟ ପୁଲିସ୍ କର୍ମଚାରୀମାନେ ମଧ୍ୟ ଆହତ ହୋଇଥିବାର ସୂଚନା ମିଳିଛି । ଚାନ୍ଦବାଲି ବ୍ଲକ୍‌ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ଆଜି ବିଜେପି ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ବହୁ ଆଗଧାଡିର ନେତାଙ୍କ ଉପସ୍ଥିତିରେ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । କ୍ଷମତା ହାସଲ ପାଇଁ ବିଜେପିର ଏଭଳି କାର୍ଯ୍ୟ ଚାଲୁଥିବାର ଚର୍ଚ୍ଚା ହେଉଥିବାବେଳେ ତାହାକୁ ଖଣ୍ଡନ କରିଛନ୍ତି ମନମୋହନ ସାମଲ । ତେବେ ବିଜେପି ଆକ୍ରମଣରେ ଗୁରୁତର ହୋଇଥିବା ପୁଲିସ୍ ଆଗକୁ କି ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.