Home ଓଡ଼ିଶା ଚର୍ଚ୍ଚାରେ ଚର୍ଚ୍ଚାରେ କୃଷି, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

ଚର୍ଚ୍ଚାରେ ଚର୍ଚ୍ଚାରେ କୃଷି, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

184

ନୟାଗଡ଼, ୨୫ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ପୁରୁଣା ବସଷ୍ଟାଣ୍ଡଠାରେ ଖୋଲା ଜନଶୁଣାଣି କରି ଲୋକଙ୍କ ସୁବିଧା ଅସୁବିଧା ବୁଝି ଚର୍ଚ୍ଚାକୁ ଆସିଥିବା ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏବେ ଭୁବନେଶ୍ୱରରୁ ନୟାଗଡ଼ ଟାଉନକୁ ଆସୁଥିବା ଟ୍ରେନରେ ସାଧାରଣ ଯାତ୍ରୀଙ୍କ ଗହଣରେ ବସି ନୟାଗଡ଼କୁ ଆସିବା ପୁଣି ଚର୍ଚ୍ଚାର ପରସରକୁ ଆସିଛନ୍ତି। ଖାଲି ସେତିକି ନୁହେଁ ଜିଲାରେ ମୁଖ୍ୟମନ୍ତ୍ରୀଙ୍କ ୫ଟିକୁ ସର୍ବାଗ୍ରେ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ଶ୍ରୀ ସାହୁ ଅଚାନକ ବିଭିନ୍ନ ବିଭାଗକୁ ଗସ୍ତ କରି ଅଧିକାରୀ ଓ କର୍ମଚାରୀଙ୍କୁ ଚଳ ଚଂଚଳ କରିଦେଇଛି। ଖାଲି ସେତିକି ନୁହେଁ ଦୁର୍ନୀତିଗ୍ରସ୍ତଙ୍କୁ ଚିହ୍ନଟ କରି ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେବା ପରେ ଶାସନକଳ ଏମିତି ଚାଲିବା ଦରକାର ବୋଲି ଲୋକେ ଆଲୋଚନା କରୁଛନ୍ତି। ମନ୍ତ୍ରୀ ଅରୁଣଙ୍କ ଛାଟରେ ନୟାଗଡ଼ କାହିଁକି ସାରା ଓଡ଼ିଶା ଚଳଚଂଚଳ ହୋଇ ପଡ଼ିଛି ବୋଲି କୁହାକୁହି ହେଉଛନ୍ତି। ସାଧାରଣଙ୍କ ଲୋକଙ୍କୁ ନ୍ୟାୟ ଦେବାରେ କର୍ମ ତତ୍ପର ହୋଇପଡ଼ିଥିବା ମନ୍ତ୍ରୀ ଶ୍ରୀ ସାହୁଙ୍କ ନୂଆ ତରିକା ଏବଂ ନିଆରା ଢଙ୍ଗରେ ଲୋକେବି ବେଶ୍ ଖୁସ୍ ହେଉଥିବା ଦେଖିବାକୁ ମିଳୁଛି। ମନ୍ତ୍ରୀ ନିଜ ବିଭାଗୀୟ ଦପ୍ତରକୁ ବୁଲି ସମୀକ୍ଷା କରିବା ସହିତ କର୍ମଚାରୀଙ୍କ ନିଜ ହଜେଇ ଦେଇଥିବାବେଳେ ଲୋକଙ୍କ ପାଇଁ କାମ କର. ଲାଂଚ ମିଛ ଛାଡ଼, ନହେଲେ ବାହାରି ଯାଅ ବୋଲି ଚରମ ବାଣୀ ଶୁଣାଇବା ଦୁର୍ନୀତିଗ୍ରସ୍ତଙ୍କ ପାଇଁ କୋକୁଆ ଭୟ ସୃଷ୍ଟି କରିଛି। ମନ୍ତ୍ରୀ ଶ୍ରୀ ସାହୁ କେତେବେଳେ କୁଆଡ଼େ ମାଡ଼ିଯିବେ କେହି କିଛି ଟେର ପାଇନଥିବାବେଳେ ଓଡ଼ଗାଁ ଆହାର କେନ୍ଦ୍ରକୁ ମାଡ଼ିଯାଇ ଖାଦ୍ୟ ଗୁଣବତ୍ତା ପରଖିବା ସହିତ ନିଜେ ଟିକେଟ କରି ଆହାର କେନ୍ଦ୍ରରେ ଲୋକମାନଙ୍କ ସହିତ ଖାଇବା ପୁଣି ଚର୍ଚ୍ଚିତ ହୋଇଛନ୍ତି। ମନ୍ତ୍ରୀଙ୍କର ଏପରି ନିଆରା ଢଙ୍ଗ ନୂଆ ତରିକାକୁ ସାଧାରଣରେ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.