Home ଜିଲ୍ଲା ପରିକ୍ରମା ଚରମ୍ପା ମହାବିଦ୍ୟାଳୟ ଇଂରାଜୀ ବିଭାଗର ଅନ୍ତର୍ଜାତୀୟ ୱେବିନାର

ଚରମ୍ପା ମହାବିଦ୍ୟାଳୟ ଇଂରାଜୀ ବିଭାଗର ଅନ୍ତର୍ଜାତୀୟ ୱେବିନାର

26

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ମହାବିଦ୍ୟାଳୟର ଇଂରାଜୀ ବିଭାଗ ଦ୍ୱାରା ଇତିମଧ୍ୟରେ ୪ଟି ବିଭିନ୍ନ ବିଷୟକୁ ନେଇ ୱେବିନାର ଆୟୋଜିତ ହୋଇ ଯାଇଛି । ପ୍ରଥମ ଜାତୀୟ ୱେବିନାର ସେପ୍ଟେମ୍ବର ୬ ତାରିଖରେ ଆୟୋଜିତ ହୋଇଥିବା ବେଳେ ଦ୍ୱିତୀୟଟି ସେପ୍ଟେମ୍ବର ୨୭ରେ ଆୟୋଜିତ ହୋଇଥିଲା । ସେହିପରି ତୃତୀୟ ଜାତୀୟ ୱେବିନାର ଅକ୍ଟୋବର ୨ ତାରିଖରେ ଆୟୋଜିତ ହୋଇଥିବା ବେଳେ ଚତୁର୍ଥ ୱେବିନାର ଆଜି ଅନୁଷ୍ଠିତ ହୋଇଛି । ଆଜି ଅନୁଷ୍ଠିତ ଏହି ଅନ୍ତର୍ଜାତୀୟ ୱେବିନାରଟି ଚରମ୍ପା ମହାବିଦ୍ୟାଳୟ ଓ ଟରୋଣ୍ଟୋ, କାନାଡା ସ୍ଥିତ ନାଇବର୍‌ହୁଡ୍ ଅର୍ଗାନାଇଜେସନର ମିଳିତ ଆନୁକୁଲ୍ୟରେ ଗୁଗୁଲ୍ ମିଟ ଜରିଆରେ ଆୟୋଜିତ ହୋଇଥିଲା । ଫକିରମୋହନ ବିଶ୍ୱ ବିଦ୍ୟାଳୟର ରାଜନୀତି ବିଭାଗ ପ୍ରଫେସର ଅନିଲ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଟରୋଣ୍ଟୋରୁ କବି, ଲେଖକ ତଥା ଅର୍ଗାନାଇଜେସନର ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ ପ୍ରଶାନ୍ତ କୁମାର ଭୁୟାଁ, ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱ ବିଦ୍ୟାଳୟ, ଦିଲ୍ଲୀର ପ୍ରଫେସର ନନ୍ଦିନୀ ସାହୁ, ଜବାହରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟର ରିସର୍ଚ୍ଚ ସ୍କଲାର ପ୍ରଫେସର ବେଦମାଲ୍ୟ ବିଶ୍ୱାସ ସମ୍ମାନିତ ବକ୍ତା ଭାବରେ ଜାତୀୟ ଶିକ୍ଷାନୀତି, ଭର୍ଚୁଆଲ ଶିକ୍ଷାର ଭବିଷ୍ୟତ ଆଦି ବିଷୟ ଉପରେ ସେମାନଙ୍କ ମତ ଉପସ୍ଥାପନ କରିଥିଲେ । ଚରମ୍ପା ମହାବିଦ୍ୟାଳୟର ଅଧ୍ୟକ୍ଷ ବ୍ରଜକିଶୋର ବଳ ଏହି ସଭାରେ ପୌରୋହିତ୍ୟ କରିବା ସଂଗେ ସଂଗେ ଇଂରାଜୀ ବିଭାଗର ମୁଖ୍ୟ ସତୀରାଣୀ ମହାନ୍ତି, ପ୍ରାଧ୍ୟାପକ ପୀତାମ୍ବର ନାୟକ, ଅଧ୍ୟାପିକା ଡ. ସୁକାନ୍ତୀ ମହାପାତ୍ର ଏହାକୁ ସୁଚାରୂ ରୂପେ ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ବେଶ୍ ସଫଳ ଭାବେ ସମ୍ପନ୍ନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ଅନେକ ଛାତ୍ରଛାତ୍ରୀ, ଜ୍ଞାନୀ ବ୍ୟକ୍ତି ଯୋଗ ଦାନ କରି ଆଲୋଚନାରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.