Home ଜିଲ୍ଲା ପରିକ୍ରମା ଚରମ୍ପା ମହାବିଦ୍ୟାଳୟରେ ୪୩ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ଚରମ୍ପା ମହାବିଦ୍ୟାଳୟରେ ୪୩ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

8

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ସ୍ନାତକ ମହାବିଦ୍ୟାଳୟର ୪୩ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ଯୋଇ ଯାଇଛି । ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୨୦ ତାରିଖ ସନ୍ଧ୍ୟାରେ ପୁରସ୍କାର ବିତରଣ ପରେ ଶେଷ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପିତାମ୍ବର ନାୟକ ଏହି ପ୍ରତିଯୋଗିତାର ଶୁଭାରମ୍ଭ କରିବା ସହିତ ଉଦ୍‌ଯାପନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଉଦ୍‌ଯାପନୀ ଉତ୍ସବର ମୁଖ୍ୟଅତିଥି ଭାବେ ଜିଲ୍ଲା କ୍ରୀଡ଼ାଧିକାରୀ ପଦ୍ମନ ରାୟ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାରେ ଉଭୟ ଯୁକ୍ତ ୨ ଓ ଯୁକ୍ତ ୩ ଶ୍ରେଣୀର ଛାତ୍ରଛାତ୍ରୀ ୧୦୦ ମିଟର ଦୌଡ଼, ୨୦୦ ମିଟରୀ ଦୌଡ଼, ଜାଭେଲିନ୍ ଥ୍ରୋ, ଡିସ୍‌କସ୍ ଥ୍ରୋ, ସଟ୍‌ପୁଟ୍‌, କବାଡ଼ି, ହଡ୍‌ଲ୍ସ, ମ୍ୟୁଜିକ୍ ଚେୟାର ଆଦି ଖେଳରେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାକୁ କ୍ରୀଡ଼ା ସଂସଦ ସଭାପତି ଅଧ୍ୟାପକ ମନୋଜ ମହାଳିକ, ଅଧ୍ୟାପକ ପ୍ରବୀର କୁମାର ମହାପାତ୍ର, ତପନ କୁମାର ନାୟକ, ସିଦ୍ଧାର୍ଥ ଶୁଭଶଙ୍କର ଧଳ, ସୁନିଲ କୁମାର ପଣ୍ଡା, ସିଦ୍ଧାନ୍ତ ଲାଲ, ସୁଶାନ୍ତ ଶଙ୍ଖୁଆ ପ୍ରମୁଖ ପରିଚାଳନା କରିଥିଲେ । ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଆଲୋକ ରଂଜନ ସେନାପତି ପ୍ରତିଯୋଗିତାକୁ ପୂର୍ଣ୍ଣ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.