Home ଜିଲ୍ଲା ପରିକ୍ରମା ଚରମ୍ପା ବରିଷ୍ଠ ନାଗରିକ ସଂଘର ସାଧାରଣ ସଭା

ଚରମ୍ପା ବରିଷ୍ଠ ନାଗରିକ ସଂଘର ସାଧାରଣ ସଭା

17

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏରେଇଁ ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଚରମ୍ପା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସଭାପତି ଗଗନ ବିହାରୀ ରାଉତଙ୍କ ପୌରୋହିତ୍ୟରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର ପୂର୍ବ ବିବରଣୀ ପାଠ ସହ ଆଜିର ସମାଜରେ ବରିଷ୍ଠମାନେ ଜଣେ ଜଣେ ଅମୂଲ୍ୟ ରତ୍ନ ଓ ନିଃସଙ୍ଗ ଜୀବନ ଘରେ ଏକାକୀ ନ ବିତେଇ ସଂଘ ମାଧ୍ୟମରେ ଯୋଗ, ପ୍ରାଣାୟାମ ଓ ଭାବର ଆଦାନ ପ୍ରଦାନ କରିବା ହିଁ ଅବଶିଷ୍ଟ ଜୀବନ ସାର୍ଥକ ହେବ ବୋଲି ମତବ୍ୟକ୍ତ କରିଥିଲେ । ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ମହୋଦୟ ଚରମ୍ପା ବରିଷ୍ଠ ନାଗରିକ ସଂଘକୁ ସରକାରଙ୍କ ଆର୍ôଥକ ଅନୁଦାନ ଜରିଆରେ ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆବଶ୍ୟକୀୟ ପଦକ୍ଷେପ ନେଇ କମ୍ୟୁନିଟି ସେଣ୍ଟର ନିର୍ମାଣ କରିବାକୁ ସମସ୍ତ ସଭ୍ୟ ଅନୁରୋଧ କରିଥିଲେ । ୨୦୨୪ ଓ ୨୫ ବର୍ଷ ପାଇଁ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅଧିକାରୀ ଶଶିକାନ୍ତ ପାଢ଼ୀ ଓ କ୍ଷିତିଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଚୟନ କରାଯାଇଥିଲା । ନୂତନ କର୍ମକର୍ତ୍ତା ଭାବେ ସଭାପତି ଗଗନ ବିହାରୀ ରାଉତ, ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ସଭାପତି ପଦ୍ମଲୋଚନ ମହାଳିକ, ଉପସଭାପତି ଗଣପତି ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ନରସିଂହ ମିଶ୍ର, ସହସମ୍ପାଦକ କାଳନ୍ଦୀ ଚରଣ ପାତ୍ର, କୋଷାଧ୍ୟକ୍ଷ ସୁଦର୍ଶନ ବିଶ୍ୱାଳ, ହିସାବ ସମୀକ୍ଷକ ସୁବାସ ଚନ୍ଦ୍ର ତ୍ରିପାଠୀ ମନୋନୀତ ହୋଇଥିଲେ ।

ସେହିପରି ସଂଘର ଉପଦେଷ୍ଟା ଭାବେ ଭାଗୀରଥୀ ବେହେରା, କ୍ଷିତିଶ ଚନ୍ଦ୍ର ରାଉତ, ବାବୁଲାଲ ଦାସ, ଶଶିକାନ୍ତ ପାଢ଼ୀ, କେଦାରନାଥ ଗୁପ୍ତା, କାର୍ଯ୍ୟକାରିଣୀ ସଭ୍ୟ ଭାବେ କଳାକାର ମିଶ୍ର, ବିଜୟ କୁମାର ସେନାପତି, ବିଶ୍ୱନାଥ ବେହେରା, ବାସନ୍ତୀଲତା ନାୟକ, ବରଦାପ୍ରସନ୍ନ ପଣ୍ଡା, ସୁରେନ୍ଦ୍ର ଚନ୍ଦ୍ର ମଲ୍ଳିକ, ରତ୍ନାକର ମଲ୍ଲିକ, ଅଜୟ କୁମାର ପାଢ଼ୀ, ଶଙ୍କର୍ଷଣ ସାହୁ, ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଦୟାନିଧି ପୁହାଣ, ନରେନ୍ଦ୍ର କୁମାର ପଟ୍ଟନାୟକ, ବୀରେନ୍ଦ୍ର କୁମାର ନାୟକ, ମନ୍ମଥ କୁମାର ରାଉତ, ରତ୍ନାକର ହାତୀ, ଉପେନ୍ଦ୍ର ପ୍ରସାଦ ରାଉତ, ଉଦୟନାଥ ବାରିକ ମନୋନୀତ ହୋଇଛନ୍ତି । ବରିଷ୍ଠ ସଦସ୍ୟ ଗୋବିନ୍ଦ ଚନ୍ଦ୍ର ପରିଡ଼ା ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ । ସଂଘର ବାର୍ଷିକ ସମ୍ମିଳନୀ ଆସନ୍ତା ୨୦୨୪ ଜାନୁଆରୀ ୧୦ ତାରିଖ ବୁଧବାର ପାଳନ କରିବାକୁ ସଭାରେ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ସମସ୍ତ ସଦସ୍ୟ ମତ ଦେଲେ ଯେ, ସମ୍ମିଳନୀ ଜରିଆରେ ଯୋଗ ଶିବିର ଓ ବୃଦ୍ଧାବସ୍ଥାରେ ଭୁଲାପଣ, ସ୍ନାୟୁଗତ ଦୁର୍ବଳତା, ମସ୍ତିଷ୍କ ପକ୍ଷାଘାତ, ହୃଦ୍‌ରୋଗର ନିରାକରଣ ଓ ସଚେତନତା ପାଇଁ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେଲେ । କୋଷାଧ୍ୟକ୍ଷ ସୁଦର୍ଶନ ବିଶ୍ୱାଳଙ୍କ ନେତୃତ୍ୱରେ ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ନରସିଂହ ମିଶ୍ର, ଗଣପତି ପାଣିଗ୍ରାହୀ, ବିଜୟ କୁମାର ସେନାପତି ଓ ସଭାପତି, ସମ୍ପାଦକ ମଣ୍ଡଳୀ ସମସ୍ତ ସଦସ୍ୟଙ୍କଠାରୁ ସଂଘର ସହଯୋଗ ଦେୟ ଆଦାୟ କରିବାକୁ ନିଷ୍ପତ୍ତି ନିଆଗଲା । ସଂଘର ସମସ୍ତ ସଦସ୍ୟମାନେ ବାର୍ଷିକ ସମ୍ମିଳନୀ ପୂର୍ବରୁ ସହଯୋଗ ଦେୟ ପୈଠ କରିବେ । ସଂଘର ଏକ ମୁଖପତ୍ର ‘ବରିଷ୍ଠଙ୍କ ଆତ୍ମଜୀବନୀ’ ନରସିଂହ ମିଶ୍ରଙ୍କ ସମ୍ପାଦନାରେ ପ୍ରକାଶ କରିବାକୁ ସ୍ଥିର କରାଗଲା । ଏଥିପାଇଁ ସମସ୍ତ ସଦସ୍ୟ ଫଟୋକପି ସହ ଆତ୍ମଜୀବନୀ ଡିସେମ୍ବର ୧୦ ତାରିଖ ସୁଦ୍ଧା ଦାଖଲ କରିବାକୁ ନିବେଦନ କରାଗଲା । ବାର୍ଷିକ ସମ୍ମିଳନୀ ପାଇଁ ସଭାପତି, ସମ୍ପାଦକଙ୍କ ସମେତ କୋର୍ କମିଟିର ସଦସ୍ୟମାନଙ୍କ ମତାନୁସାରେ କାର୍ଯ୍ୟକ୍ରମମାନ କରାଯିବ । ଶେଷରେ ନରସିଂହ ମିଶ୍ର ଧନ୍ୟବାଦ ସହ ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସଭ୍ୟମାନଙ୍କୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.