ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକ ଚାରିଗାଁ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚକ୍ରାପାଢୀରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉଦ୍ଘାଟକ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ମୁଖ୍ୟ ଅତିଥି ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମଞ୍ଜୁଳାବାଳା ନାୟକ, ମୁଖ୍ୟବକ୍ତା ସାହିତ୍ୟିକ ହରିହର ପାଣିଗ୍ରାହୀ, ସହ ଗୋଷ୍ଠୀ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ, ସମିତି ସଭ୍ୟ ଧରଣୀଧର କର, ଅଣିଜୋ ସାଧନକେନ୍ଦ୍ର ସଂଯୋଜକ ଅକ୍ଷୟ କୁମାର ସାହୁ, ପୂର୍ବତନ ସରପଞ୍ଚ ବନମାଳୀ ବେହେରା, ସମାଜସେବୀ ପର୍ଶୁରାମ ପାଣିଗ୍ରାହୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୃତ୍ୟୁଞ୍ଜୟ କୁଣ୍ଡୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ଛାତ୍ରଛାତ୍ରୀ ମାନଙ୍କ ମାଧ୍ୟରେ ଅପୂର୍ବ ଆନନ୍ଦ ଆଣି ଦେଇଥାଏ ବୋଲି କହିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ଶିକ୍ଷକ ପ୍ରଫୁଲ୍ଲ କୁମାର ବିଶ୍ୱାଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିବା ବେଳେ ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ବିଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱନାଥ ଜେନା, ବୃନ୍ଦାବନ ଜେନା, କଳ୍ପନା ସାହୁ, ନିରୁପମା ଦାସଙ୍କ ସମେତ ପରିଚାଳନା କମିଟିର ସଭ୍ୟ ସଭ୍ୟା ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିଥିଲେ ।