Home ଜିଲ୍ଲା ପରିକ୍ରମା ଘରୋଇ କଳିରୁ ସ୍ତ୍ରୀର ତଣ୍ଟିଚିପି ମାରିଲା ସ୍ୱାମୀ, ଗାଁ ଲୋକ ପହଞ୍ôଚବାରୁ ଅଳ୍ପକେ ବର୍ତ୍ତିଲା ପୁଅ

ଘରୋଇ କଳିରୁ ସ୍ତ୍ରୀର ତଣ୍ଟିଚିପି ମାରିଲା ସ୍ୱାମୀ, ଗାଁ ଲୋକ ପହଞ୍ôଚବାରୁ ଅଳ୍ପକେ ବର୍ତ୍ତିଲା ପୁଅ

47

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ପୀରାହାଟ ଥାନା ଅଧୀନସ୍ଥ ତଳଦୁମୁକା ଗାଁ ମହାକୁଡ ସାହିର କହ୍ନେଇ ବେହେରା ଗତକାଲି ରାତିରେ କୌଣସି କାରଣରୁ ଉତ୍ତ୍ୟକ୍ତ ହୋଇ ତାଙ୍କ ସ୍ତ୍ରୀ ରାଧାରାଣୀ ବେହେରା ଓ ୮ ବର୍ଷର ପୁଅକୁ ତଣ୍ଟିଚିପି ମାରୁଥିବାବେଳେ ଚିତ୍କାର ଶୁଣି କହ୍ନେଇର ମା’ ଓ ପଡିଶା ଲୋକଙ୍କୁ ଡାକ ପକାଇଥିଲା । ପଡୋଶୀ ଲୋକ ଆସିଲା ବେଳକୁ ସଇତାନ ସ୍ୱାମୀ ସ୍ତ୍ରୀକୁ ମାରିଦେଇଥିଲା । ସ୍ଥାନୀୟ ଲୋକ ଘରର କବାଟ ଭାଙ୍ଗି ୮ ବର୍ଷର ପୁଅକୁ ମୂର୍ମୁଷ ଭାବେ ଉଦ୍ଧାର କରିବା ସହ ସଇତାନ ସ୍ୱାମୀ କହ୍ନେଇକୁ ଏକ ଘରେ ଚାବି ପକାଇ ରଖିବା ସହ ପୁଲିସ୍‌କୁ ଖବର ଦେଇଥିଲେ । ପୀରାହାଟ ପୁଲିସ୍ ଆଜି ମଧ୍ୟାହ୍ନରେ ଘଟଣାସ୍ଥଳରେ ପହଞ୍ôଚ ସଇତାନ ସ୍ୱାମୀକୁ ଗିରଫ କରିବା ସହ ସ୍ତ୍ରୀର ଶବକୁ ଜବତ କରି ଭଦ୍ରକ ପଠାଇଛି । ତାହା ସହ ଗାଁରେ ପୁଲିସ୍ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.