କୋରାପୁଟ ୦୬-୦୫(ଓଡିଆ ପୁଅ /ରଂଜନ ଦାସ) ମହାମାରୀ କରୋନା ସମୟରେ ବିଧବା ଓ ଗରିବ ମହିଳାମାନଙ୍କୁ ଗ୍ଲୋବାଲ ଇଣ୍ଡିଆ ଟ୍ରେନିଂ ନେଟୱାର୍କ ପକ୍ଷରୁ ଖାଦ୍ୟ ସାମଗ୍ରୀ,ସାନିଟାଇଜର ଓ ସାବୁନ ପ୍ରଦାନ କରାଯାଇଛି । କୋରାପୁଟ ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତ ନିଘାମାନିଗୁଡା ଗ୍ରାମର ୬୦ଟି ଗରିବ ପରିବାରକୁ ଏହି ସହାୟତା ଦିଆଯାଇଛି । ଏହି ଅବସରରେ ଗ୍ଲୋବାଲ ଇଣ୍ଡିଆର ନିର୍ଦ୍ଦେଶକ ରେଭ.ସିନ୍ଧୁ ପାଣି ଓ ଅନ୍ୟ ସହଯୋଗି ଉପସ୍ଥିତ ରହି ଲୋକମାନଙ୍କୁ ଚାଉଳ,ଡାଲି ଖାଇବା ତେଲ,ମସଲା,ଆଳୁ,ପିଆଜ ସହ ସାନିଟାଇଜର ଏବଂ ସାବୁନ ପ୍ରଦାନ କରିଥିଲେ ଏବଂ କୋଭିଡ ନିୟମ ଉପରେ ସଚେତନତା ବାର୍ତା ଦେଇଥିଲେ ।