Home ଜିଲ୍ଲା ପରିକ୍ରମା ଗ୍ରାମ୍ୟରାସ୍ତା ଉଚ୍ଛେଦ ପାଇଁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ

ଗ୍ରାମ୍ୟରାସ୍ତା ଉଚ୍ଛେଦ ପାଇଁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ

40

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳର ୧ନମ୍ବର ୱାର୍ଡ଼ର ଭଣ୍ଡାରିପଦୀ ଗ୍ରାମର ଖାତା ନଂ ୧୨୫୪ ଓ ପ୍ଲଟ ନଂ ୧୧୯୩ର ଏ୦.୦୮ଡ଼ି, ସର୍ବସାଧାରଣ ଗ୍ରାମରାସ୍ତାର ଗ୍ରାମର କେତେକ ବ୍ୟକ୍ତି ଜୋରଜବରଦସ୍ତ ଅବରୋଧ କରିଥିବାବେଳେ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରିଥିଲେ । ସେମାନେ ଜାଗା ନଛାଡ଼ିବାରୁ ଏନେଇ ଗ୍ରାମବାସୀମାନେ ଉଚ୍ଚନ୍ୟାୟାଳୟରେ ଆଶ୍ରୟ ନେଇଥିଲେ । ମାନ୍ୟବର ଉଚ୍ଚନ୍ୟାୟାଳୟ ଡ଼ବ୍ଲ୍ୟପିସି ନଂ ୨୭୫୫୨/୨୦୨୦ ନିର୍ଦ୍ଦେଶ କ୍ରମେ ଉକ୍ତ ଜାଗା ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଥିବାବେଳେ ବାରମ୍ବାର ତହସିଲ ପକ୍ଷରୁ ଏହାକୁ ଅଣଦେଖା କରାଯାଉଥିଲା । ତେବେ ଧାମନଗର ତହସିଲଦାର କ୍ଷୀରୋଦ ପଣ୍ଡା ନୂତନ ତହସିଲଦାର ଭାବେ ଯୋଗଦେବା ପରେ ୧୦/୧୧/୨୦୨୧ରେ ଉକ୍ତ ସରକାରୀ ଜାଗାକୁ ଉଚ୍ଛେଦପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ମଧ୍ୟ ସେଠାରେ ତହସିଲ ପକ୍ଷରୁ ଡ଼ୁଙ୍ଗୁରା ଓ ନୋଟିସ ଜାରି କରାଯାଇଛି । ତେବେ ନିର୍ଦ୍ଧାରିତ ସ୍ଥାନ ଉପରେ ଚିହ୍ନଟ କରାନଯାଇ ବ୍ୟକ୍ତିଗତ ଜାଗା ଉପରେ ଉଚ୍ଛେଦ ପାଇଁ ମସୁଧା କରାଯାଉଥିବାରୁ ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.