Home ଜିଲ୍ଲା ପରିକ୍ରମା ଗ୍ରାମାଞ୍ଚଳ ପୁଲିସ ଗୋ ମାଫିଆଙ୍କ ହାତବାରିସି ସାଜିଛି , ମିଥ୍ୟା ମାମଲାରେ ସାଳନ୍ଦୀ ପ୍ରେସ କ୍ଲବ...

ଗ୍ରାମାଞ୍ଚଳ ପୁଲିସ ଗୋ ମାଫିଆଙ୍କ ହାତବାରିସି ସାଜିଛି , ମିଥ୍ୟା ମାମଲାରେ ସାଳନ୍ଦୀ ପ୍ରେସ କ୍ଲବ ସମ୍ପାଦକଙ୍କୁ କୋର୍ଟ ଚାଲାଣ

80

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଅବାଧ ଗୋ-ଚାଲାଣ ଚାଲିଛି । ଚଳିତ ମାର୍ଚ୍ଚ ମାସ ୧ତାରିଖ ବେଆଇନ ଗୋଚାଲାଣକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ପରେ ପର ଦିନ ଅର୍ଥାତ୍ ୨ତାରିଖ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ବିଭିନ୍ନ ହିନ୍ଦୁ ସଂଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ବେଆଇନ ଚାଲାଣ ବନ୍ଦ କରାଯିବ ଓ ସ୍ପେଶାଳ ସ୍କ୍ୱାର୍ଡ଼ ଗଠନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏସପିଙ୍କ ଏହି ପ୍ରତିଶ୍ରୁତି ପାଣିର ଗାର ହୋଇ ରହି ଯାଇଛି । ଏହି ମାସକ ମଧ୍ୟରେ ପୁଲିସ ଗୋଟିଏ ବି ଗୋରୁ ଗାଡ଼ି ଜବତ୍ କରିବାକୁ ସକ୍ଷମ ହୋଇ ପାରି ନାହିଁ । ଅପରପକ୍ଷେ କେତେକ ଗୋ ସୁରକ୍ଷା ସଂଗଠନର କର୍ମକର୍ତ୍ତା ଏହି ସମୟ ମଧ୍ୟରେ ୧୨ଟି ଗୋରୁ ଗାଡ଼ି ଅଟକାଇ ପୁଲିସ ଜିମା ଦେଇଛନ୍ତି । ଯାହାକି ପ୍ରମାଣ କରୁଛି ବେଆଇନ ଚାଲାଣ ଏବେ ମଧ୍ୟ ବେଧଡ଼କ ଚାଲିଛି । ଏହି ବେଆଇନ ଚାଲାଣ ସମୟରେ ଗୋ ସୁରକ୍ଷା କର୍ମକର୍ତ୍ତା ଓ ଗୋ ମାଫିଆଙ୍କ ଗୁଣ୍ଡାବାହିନୀ ଏକାଧିକ ଥର ଜାତୀୟ ରାଜପଥରେ ମୁହାଁମୁହିଁ ହେଲେଣି । ଯାହାକି ଭଦ୍ରକର ସାମ୍ପ୍ରଦାୟିକ ସଦଭାବ ପ୍ରତି ବିପଦ ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ସାଳନ୍ଦୀ ପ୍ରେସ କ୍ଳବର ସମ୍ପାଦକ ଅପୂର୍ବ ରଂଜନ ବେହେରା ଗ୍ରାଉଣ୍ଡ ଜିରୋ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ସମୟରେ ସେଠାରେ ଗୋ ସୁରକ୍ଷା ବାହିନୀ ଓ ଗୋ ମାଫିଆଙ୍କ ଏସକର୍ଟ ଦଳର ସଦସ୍ୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । କିନ୍ତୁ ପୁଲିସ ଏହି ଘଟଣାରେ ଅପୂର୍ବଙ୍କୁ ବହୁ ସଂଗୀନ ଦଫା ଲଗାଇ କୋର୍ଟ ଚାଲାଣ କରିଛି । ତାଙ୍କର ଜାମିନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ତେବେ ଗ୍ରାମାଞ୍ଚଳ ପୁଲିସ ଗୋ ମାଫିଆଙ୍କ ସ୍ୱାର୍ଥ ରକ୍ଷା କରିବାକୁ ଯାଇ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ସାଳନ୍ଦୀ ପ୍ରେସ କ୍ୱଲବ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ମର୍ମରେ ସାଳନ୍ଦୀ ପ୍ରେସ କ୍ଳବର ସଭାପତି ଶ୍ରୀକାନ୍ତ ତ୍ରିପାଠୀ, ଆବାହକ ଅବିନାଶ ପଣ୍ଡା, ବରିଷ୍ଠ ସଦସ୍ୟ କ୍ଷିତିଶ ସାମନ୍ତ ବେହେରା, ଜଗବନ୍ଧୁ ବେହେରା, ନରେନ୍ଦ୍ର ସାମଲ, ଶାନ୍ତନୁ ପଣ୍ଡା, ପାର୍ଥସାରଥୀ ନାୟକ, ସୌମ୍ୟରଂଜନ ପାଢ଼ୀ, ଅଜୟ ପଣ୍ଡା, ଦିପୁ ସାହୁ, ପ୍ରିୟଦର୍ଶନ ବୋଇତି, ରମେଶ ପାଗଲଙ୍କ ସମେତ ବହୁ ସଦସ୍ୟ ଏସପିଙ୍କ ଅନୁପସ୍ଥିତିରେ ଏକ ସ୍ମାରକପତ୍ର ଅତିରିକ୍ତ ଏସପି ଯତିନ ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ଅଭିଯୋଗର ନିରେପେକ୍ଷ ତଦନ୍ତ କରି ଦୋଷୀ ପୁଲିସ ଅôଦକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଏହାବ୍ୟତୀତ ସାମ୍ପ୍ରଦାୟିକ ସମ୍ପ୍ରିତି ନଷ୍ଟ ନହେବା ପାଇଁ ବେଆଇନ ଗୋ-ଚାଲାଣ ଉପରେ ପୁଲିସ ସତର୍କ ନଜର ରଖିବାକୁ ଦାବି କରାଯାଇଥିଲା । ତେବେ ଅତିରିକ୍ତ ଏସପି ଶ୍ରୀ ପଣ୍ଡା ଗିରଫ ଘଯଣାର ନିରପେକ୍ଷ ତଦନ୍ତ ହେବ ବୋଲି ସଂଘର ସଦସ୍ୟମାନଙ୍କୁ ଆଶ୍ୱାସନା ଦେଇଥିଲେ । ଯଦି ପୁଲିସ ଦୋଷୀ ସାବ୍ୟସ୍ତ ହୁଏ, ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ଓ ଯଦି ପ୍ରମାଣିତ ନହୁଏ, ତେବେ ଆଇନ ତା’ ନିଜ ବାଟରେ ଯିବ ବୋଲି କହିଥିଲେ । ସେହିପରି ସିମୀତ ମାନବ ସମ୍ବଳ ମଧ୍ୟରେ ଏହି କାରବାରକୁ ରୋକିବା ସମ୍ଭବ ହେଉନାହିଁ ବୋଲି କହିବା ସହ ବେଆଇନ ଗୋ-ଚାଲାଣ ସମ୍ପର୍କରେ ନିର୍ଦ୍ଧିଷ୍ଟ ସୂଚନା ଦେବା ପାଇଁ ଗଣମାଧ୍ୟମ ଓ ସମସ୍ତ ସଂଗଠନଙ୍କ ସହଯୋଗ ଲୋଡ଼ିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.