Home ଜିଲ୍ଲା ପରିକ୍ରମା ଗ୍ରାମବାସୀଙ୍କ ଧାରଣା ପରେ ବିପନ୍ନ ଅଞ୍ଚଳକୁ ଗଲେ ଅଧିକାରୀ

ଗ୍ରାମବାସୀଙ୍କ ଧାରଣା ପରେ ବିପନ୍ନ ଅଞ୍ଚଳକୁ ଗଲେ ଅଧିକାରୀ

66

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରହଣିଆ ପଞ୍ଚାୟତର ସନ୍ତରାପଡା ଓ ନୂଆପୋଖରୀ ଗ୍ରାମରେ କଣ୍ଟିଘାଇ ଦ୍ୱାରା ବନ୍ୟାଜଳ ପ୍ରବେଶ କରି ନାନା କ୍ଷୟକ୍ଷତି ଘଟାଇଥିଲା । ମାତ୍ର ସରକାରୀ ଅଧିକାରୀମାନେ ବନ୍ୟାକ୍ଷୟକ୍ଷତି ଆକଳନ ବେଳେ ଏହି ଦୁଇ ଗ୍ରାମକୁ ବାଦ ଦେଇଥିବା ଜାଣିବା ପରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଏହି ଦୁଇ ଗ୍ରାମର ଶରତ ଜେନା, ନୃସିଂହ ସାହୁ, ଶରତ ବଳ, ହେମନ୍ତ ବିଶ୍ୱାଳ, ଅମର ଜେନା, ନରେନ୍ଦ୍ର ମହଲ, ନୀଳମଣି ଜେନା, ରଞ୍ଜିତ ପାତ୍ର, ପ୍ରଶାନ୍ତ ଜେନା, ରଞ୍ଜନ ଜେନା, ଗୟାଧର ଜେନା ପ୍ରମୁଖ ବହୁ ଅଧିବାସୀ ପ୍ରତିବାଦ ଜଣାଇ ବୁଧବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ବିଡିଓ ବିଜୟ କୁମାର ସାହୁ, ଓ ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ ସଂପୃକ୍ତ ଅଞ୍ଚଳକୁ ଅନୁଧ୍ୟାନରେ ଯାଇ ଜିଲ୍ଲାପାଳଙ୍କୁ ବନ୍ୟାଞ୍ଚଳ ଭାବେ ଘୋଷିତ କରିବାକୁ ରିପୋର୍ଟଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.