Home ଜିଲ୍ଲା ପରିକ୍ରମା ଗୋ-ଚାଲାଣ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ଗୋ-ସୁରକ୍ଷା ସମିତିର ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୪ଟି...

ଗୋ-ଚାଲାଣ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ଗୋ-ସୁରକ୍ଷା ସମିତିର ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୪ଟି ସଂଗଠନ ପକ୍ଷରୁ ପ୍ରତିବାଦ ସଭା

64

ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ବଢ଼ି ଚାଲିଛି ବେଆଇନ ଗୋ-ଚାଲାଣ । ଜିଲ୍ଲାର କେତେକ ନିର୍ଦ୍ଧିଷ୍ଟ ଅଞ୍ଚଳ ଲୋଡିଂ ପଏଣ୍ଟ ପାଲଟିଛି । ଆଉ ୧୬ ନମ୍ବର ଜାତୀୟ ରାଜପଥ ସେମାନଙ୍କ ପାଇଁ ସେଫ କରିଡର ପାଲଟିଛି । ଅପରପକ୍ଷେ ଗୋ-ମାଫିଆମାନେ ପୁଲିସ ପ୍ରଶାସନକୁ ହାତରେ ରଖି ବେଧଡକ ଗୋ-ଚାଲାଣ ଚଳାଇଛନ୍ତି । ଏହାର ପ୍ରତିବାଦରେ ଆଜି ଗୋ-ସୁରକ୍ଷା ସମିତିର ଆହ୍ୱାନକ୍ରମେ ବଜରଙ୍ଗ ଦଳ, ଦେବସେନା, ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଶତାଧିକ କର୍ମକର୍ତ୍ତା ଭଦ୍ରକ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଗୋ-ଚାଲାଣ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିଛନ୍ତି । ଉକ୍ତ ସ୍ମାରକପତ୍ର ଅନୁଯାୟୀ ଭଦ୍ରକ ଜିଲ୍ଲାରେ ବେଆଇନ ଗୋ ଚାଲାଣ ବୃଦ୍ଧି ପାଉଛି । ଅତ୍ୟନ୍ତ ଅମାନବୀୟ ଭାବେ ଗୋରୁଙ୍କୁ ଗାଡ଼ିର କ୍ଷମତା ବାହାରେ ଅନ୍ୟତ୍ର ଚାଲାଣ କରାଯାଉଛି । ଯଦି ଆଇନ ଓ ନିୟମାନୁଯାୟୀ ଗୋ-ଚାଲାଣ କରାଯାଏ, ସେଥିରେ ଏ ସଂଗଠନମାନଙ୍କର କୌଣସି ଆପତ୍ତି ନାହିଁ । କିନ୍ତୁ ଧର୍ଯ୍ୟ କ୍ଷମତା ବାହାରେ ଗୋ-ଚାଲାଣ ହେଉଥିବାବେଳେ, ଆଇନ ଅନୁଯାୟୀ ଗୋରୁଙ୍କ ମେଡିକାଲ ଫିଟନେସ ପ୍ରମାଣପତ୍ର, ସେମାନଙ୍କ ଚିକିତ୍ସା ଉପକରଣ ରଖାଯାଉ ନାହିଁ ।

ପରିବହନ ବିଭାଗର ନିୟମ ବାହାରକୁ ଯାଇ ଚାଲାଣ କରାଯାଉଥିବା ଗାଡ଼ିର ଆକାର ବୃଦ୍ଧି କରାଯାଉଥିବାରୁ, ଏସମସ୍ତ ଗାଡ଼ିକୁ ଜବତ୍ କରିବାକୁ ସଂଗଠନମାନଙ୍କ ପକ୍ଷରୁ ଦାବି ହୋଇଛି । ବେଆଇନ ଚାଲାଣକୁ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସିସି କ୍ୟାମେରା ଲାଗାଇବା ସହ ଗୋ-ଦଲାଲଙ୍କ ନାମ ସାର୍ବଜନୀନ କରିବାକୁ ଦାବି କରାଯାଇଛି । ଗୋ-ମାଫିଆମାନଙ୍କ ସହଯୋଗୀଙ୍କୁ ମଧ୍ୟ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଏସମସ୍ତ ସଂଗଠନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଉକ୍ତ ପ୍ରତିବାଦ ସଭା ଓ କାର୍ଯ୍ୟକ୍ରମରେ ରାଜ୍ୟ ଗୋ-ସରକ୍ଷା ବାହିନୀର ସଭାପତି ତଥା ହଇକୋର୍ଟର ଆଇନଜୀବୀ ସୁରେଶ କୁମାର ପଣ୍ଡା, ଗୋ-ସୁରକ୍ଷା ସମିତିିର ମାର୍ଗଦର୍ଶକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଗୋ-ସୁରକ୍ଷା ସମିତିର ସଭାପତି ଅପୂର୍ବ ରଂଜନ ବେହେରା, ସଂପାଦକ ସ୍ୱରୂପାନନ୍ଦ ମହପାତ୍ର, କାର୍ଯ୍ୟକାରୀ ସଭାପତି ଦେବାଂଶୁ ରାଉତ, ସୂର୍ଯ୍ୟବଂଶୀ ସୂରଜ, କାହ୍ନୁ ସାହୁ, ପ୍ରକାଶ ସ୍ୱାଇଁ, ମୁକେଶ ସାହୁ, ଏମଡି ଶବର, ସୟିଦ ଖାନ, ପପୁ ଖାନ, ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ମାନସ ମହାନ୍ତି, ବିଶ୍ୱହିନ୍ଦୁ ପରିଷଦ ଭଦ୍ରକ ମୁଖ୍ୟ ବିଜୟ ସିହ୍ନା, ଦେବସେନାର ଭଦ୍ରକ ଜିଲ୍ଲା ଅଧ୍ୟକ୍ଷ ସଂଜୟ ବିଶ୍ୱାସଙ୍କ ସମେତ ଉପରୋକ୍ତ ସମସ୍ତ ସଂଗଠନର ବହୁ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଯେପର୍ଯ୍ୟନ୍ତ ଗୋ-ଚାଲାଣ ବନ୍ଦ ନହୋଇଛି, ସେପର୍ଯ୍ୟନ୍ତ ସଂଗ୍ରାମ ଜାରୀ ରହିବ ବୋଲି ରାଜ୍ୟ ସଭାପତି ଶ୍ରୀ ପଣ୍ଡା ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.