Home ଜିଲ୍ଲା ପରିକ୍ରମା ଗୋହତ୍ୟା ଏବଂ ବେଆଇନ ଗୋଚାଳାଣ ବନ୍ଦ ଦାବି

ଗୋହତ୍ୟା ଏବଂ ବେଆଇନ ଗୋଚାଳାଣ ବନ୍ଦ ଦାବି

41

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଭାଇର ଆସ୍ଥା ଏବଂ ଶ୍ରଦ୍ଧାର କେନ୍ଦ୍ର ଗୋ- ମାତାର ହତ୍ୟା କରାଯାଉଛି। ଏଣେ କିନ୍ତୁ, ଭାଇଚାରାର କଥା କୁହାଯାଉଛି! ଏପରି କ’ଣ ଭାଇଚାରା ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ। ରାଜ୍ୟରେ ଦିନକୁ ଦିନ ଗୋହତ୍ୟା ଏବଂ ବେଆଇନ୍ ଗୋଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଗୋହତ୍ୟା ରୋକିବା ନିମିତ୍ତ ପ୍ରଣୀତ ଆଇନ୍‌, ଓଡ଼ିଶା ଗୋହତ୍ୟା ନିଷେଧ ଅଧିନିୟମ, ୧୯୬୦ ଆଦୌ ଠିକ୍ ଭାବରେ କାର୍ଯ୍ୟକାରୀ ହେଉ ନାହିଁ। ଆଜି ଏହା ଉପରେ ମାନ୍ୟବର ହାଇକୋର୍ଟ ରାଜ୍ୟ ଗୃହ ସଚିବ, ପୋଲିସ୍ ଡିଜିଙ୍କୁ ନୋଟିସ୍ ଜାରୀ କରିଛନ୍ତି। ବାସ୍ତବରେ ଗୋ- ଚାଲାଣକାରୀ ମାନଙ୍କ ଠାରୁ ପୋଲିସ୍ ମୋଟା ଆକାରରେ ଚାନ୍ଦା ନେଉଛି। ତେଣୁ ଗୋଚାଲାଣ ବନ୍ଦ୍ କରିବ କ’ଣ ଓଲଟି ପୋଲିସ୍ ଗୋଚାଲାଣକାରୀଙ୍କୁ ସୁରକ୍ଷା ଦେଉଛି। କେହି ଗୋରକ୍ଷକ ବେଆଇନ୍ ଗୋଚାଲାଣକୁ ବିରୋଧ କଲେ କିମ୍ବା ସେମାନଙ୍କୁ ଅଟକାଇ ପୋଲିସକୁ ଜଣାଇଲେ ପୋଲିସ୍ ଓଲଟି ଗୋରକ୍ଷକ ନାମରେ ମିଥ୍ୟା ମକଦ୍ଦମା ଗୁଡ଼ାଏ ଲଗାଇ ସେମାନଙ୍କୁ ହଇରାଣ ହରକତ କରୁଛି। ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ଭଦ୍ରକ ପର୍ଯ୍ୟନ୍ତ ଭାୟା ବାଲେଶ୍ୱର ଦେଇ ପ୍ରତ୍ୟହ ଅନେକ ଗୋରୁ ଗାଡ଼ି ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଚାଲାଣ ହେଉଛି। ପଶୁ ନିଷ୍ଠୁରତା ଆଇନର ଉଲଘଂନ କରି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଗୋରୁ ଚାଲାଣ ହେଉଛନ୍ତି। ଗୋହତ୍ୟା ଏବଂ ବେଆଇନ୍ ଗୋ- ଚାଲାଣ ବନ୍ଦ୍ କରିବାକୁ ହେଲେ, ଗୋହତ୍ୟା ନିଷେଧ ଅଧିନିୟମକୁ କଡ଼ାକଡ଼ି ଭାବରେ ପାଳନ କରାଯାଉ ଅଥବା ଏହି ଆଇନରେ କିଛି ତୃଟି ବିଚ୍ୟୁତି ରହିଥିଲେ ସଂଶୋଧନ କରାଯାଇ ଆହୁରି ଅଧିକ କଡ଼ାକଡ଼ି ଆଇନ୍ ଲାଗୁ କରାଯାଉ ବୋଲି କହିଛନ୍ତି ହରପ୍ରିୟା ସାହୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.