Home ଜିଲ୍ଲା ପରିକ୍ରମା ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ, ଯାଜପୁର ଇଲେଭେନଷ୍ଟାର ଓ ଭୁବନେଶ୍ୱର ରାମେଶ୍ୱର...

ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ, ଯାଜପୁର ଇଲେଭେନଷ୍ଟାର ଓ ଭୁବନେଶ୍ୱର ରାମେଶ୍ୱର ଦଳ ସେମିରେ

47

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ମାଳଦା ପଞ୍ଚାୟତ ରଘୁନାଥପୁର କ୍ରିକେଟ ଗ୍ରାଉଣ୍ଡରେ ୧୪୫ତମ ଅଦୈତ ମେମୋରିଆଲ ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ ଆଜି ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଗୋପିନାଥ ନାୟକ, ଶକୁନ୍ତଳା ନାୟକ ଓ ଆୟୋଜକ କ୍ରିକେଟ କ୍ଲବ ସଭାପତି ବିଶ୍ୱନାଥ ମାଝୀ ଅତିଥି ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ଉଦଘାଟନୀ ଦିବସର ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ଯାଜପୁର ଇଲେଭେନଷ୍ଟାର ଓ ଭଦ୍ରକ ସୂର୍ଯ୍ୟଶିଖା କ୍ରିକେଟ କ୍ଲବ ପରସ୍ପରକୁ ଭେଟିଥିଲେ । ଭଦ୍ରକ ସୂର୍ଯ୍ୟଶିଖା କ୍ରିକେଟ କ୍ଲବ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୨୦୪ ରନ ସ୍କୋର କରିଥିଲା । ଦଳର ବ୍ୟାଟ୍ସମ୍ୟାନ ସରୋଜ ବେହେରା ୩୩ ବଲରେ ୫୬ ରନ, କୃଷ୍ଣ ମହାନ୍ତି ୨୪ ବଲରେ ୪୭ ରନ ଓ ପ୍ରୀତମଜିତ ଦାସ ୩୩ ବଲରେ ୪୦ ରନ ସ୍କୋର କରିଥିଲେ । ଇଲେଭେନଷ୍ଟାରର ବୋଲର ଭାଗବତ ସ୍ୱାଇଁ ୪ ଓଭର ବୋଲିଂ କରି ୩୨ ରନ ବିନିମୟରେ ୩ ଉଇକେଟ, ଅଂଶୁମାନ ନାୟକ ୨ ଓଭର ବୋଲିଂ କରି ୨୨ ରନ ବିନିମୟରେ ୨ ଉଇକେଟ ଓ ଅଭିଷେକ ଦାସ ୪ ଓଭର ବୋଲିଂ କରି ଗୋଟିଏ ମେଡେନ ଓଭର ସହ ୨୫ ରନ ବିନିମୟରେ କୌଣସି ଉଇକେଟ ହାସଲ କରିନଥିଲେ । ୨୦୫ ରନ ବିଜୟ ଲକ୍ଷ୍ୟନେଇ ଇଲେଭେନ ଷ୍ଟାର ଟିମ ୨୦ ଓଭରରେ ୫ ଉଇକେଟ ହରାଇ ଅନ୍ତିମ ବଲରେ ଛକା ମାରି ୨୦୬ ରନ କରି ବିଜୟୀ ହୋଇଥିଲା । ଦଳର ବ୍ୟାଟ୍ସମ୍ୟାନ ଅନୁପ ପାଲ ୩୫ ବଲରେ ୭ ଛକା ଓ ୮ ଚୌକା ସହାୟତାରେ ୮୪ରନ, ହିମାଂଶୁ ଶେଖର ଧଳ ୩୫ ବଲରେ ୪୦ରନ ଏବଂ ଜ୍ଞାନରଞ୍ଜନ ସ୍ୱାଇଁ ୧୦ ବଲରେ ୨୪ରନ ସ୍କୋର କରିଥିଲେ । ସୂର୍ଯ୍ୟଶିଖା ଦଳର ବୋଲର ରାଜେଶ ଧୂପର ୪ଓଭର ବୋଲିଂ କରି ୩୯ ରନ ଦେଇ ୨ ଉଇକେଟ, ଦୀପକ ମୁଣ୍ଡା ୪ ଓଭର ବୋଲିଂ କରି ୪୮ ରନ ଦେଇ ୨ଉଇକେଟ ଓ କୃଷ୍ଣ ମହାନ୍ତି ୪ ଓଭର ବୋଲିଂ କରି ୩୪ ରନ ଦେଇ ୧ ଉଇକେଟ ହାସଲ କରିଥିଲେ ।

ଅଲରାଉଣ୍ଡର ଖେଳ ପ୍ରଦର୍ଶନ ପାଇଁ ବିଜୟୀ ଦଳର ଖେଳାଳି ଅନୁପ ପାଲ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ହାସଲ କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଯାଜପୁର ଏମ.ସି.ସି. ସହ ଭୁବନେଶ୍ୱର ରାମେଶ୍ୱର ଦଳର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚଅନୁଷ୍ଠିତ ହୋଇଥିଲା । ଯାଜପୁର ଏମ.ସି.ସି. ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା । ଏହି ଦଳ ୧୭.୧ ଓଭରରେ ସମସ୍ତ ଉଇକେଟ ହରାଇ ୧୪୭ ରନ ସ୍କୋର କରିଥିଲା । ଦଳ ପକ୍ଷରୁ ଅଝାର ଅଲ୍ଲୀ ୨୩ ବଲରେ ୪୩ ରନ, ଲେଲିନ ବଳ ୨୩ ବଲରେ ୩୨ ରନ ଓ ସତ୍ୟସାଗର ୧୬ ବଲରେ ୩୧ ରନ ସ୍କୋର କରିଥିଲେ । ବିପକ୍ଷ ଦଳର ବୋଲର ପାର୍ଥସାରଥି ସାହୁ ୩ ଉଇକେଟ, ଲାଲା ମହାନ୍ତି ୨ ଉଇକେଟ ଓ ରାମେଶ ଶର୍ମା ୨ ଉଇକେଟ । ୧୫୪୮ ରନ ବିଜୟ ଲକ୍ଷ୍ୟ ନେଇ ରାମେଶ୍ୱର ଦଳ ୧୬ ଓଭରରେ ୩ ଉଇକେଟ ହରାଇ ୧୪୮ ରନ କରି ବିଜୟୀ ହୋଇଥିଲା । ଏହି ଦଳର ଗିରିଜା ଶଙ୍କର ମିଶ୍ର ୪୨ ବଲରେ ୮୭ ରନ, ନିହାର ରଞ୍ଜନ ପଟ୍ଟନାୟକ ୨୬ ବଲରେ ୨୫ ରନ ଓ ବିଶ୍ୱଜିତ ଭୂୟାଁ ୧୦ ବଲରେ ୧୩ ରନ ସ୍କୋର କରିଥିଲେ । ବିପକ୍ଷ ଦଳର ବୋଲର ଶେଖ ସାଉଦ୍ଦିନ ୧ ଉଇକେଟ, ଏସ.ପାଢୀ ୧ ଉଇକେଟ ଓ ଲେଲିନ ବଳ ୧ ଉଇକେଟ ହାସଲ କରଥିଲେ । ସ୍କୋରର ଭାବେ ଚିନ୍ମୟ ରାଉତରାୟ, ରାକେଶ ବୋଇତାଇ, ରଶ୍ମିରଞ୍ଜନ ନାୟକ ଓ ଜୟନ୍ତ କୁମାର ନାୟକ ଦାଇତ୍ୱ ତୁଲାଇଥିଲେ । ଧାରାବିବରଣୀ ଦେଇଥିଲେ ପ୍ରଦୀପ୍ତ ନାୟକ ଓ ଗୋପବନ୍ଧୁ ମାଝୀ । ଅମ୍ପାୟାର ଭାବେ ରଞ୍ଜନ ମହାନ୍ତି ଓ ଲଲାଟ କେଶରୀ ନନ୍ଦ ମ୍ୟାଚ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.