Home ଜିଲ୍ଲା ପରିକ୍ରମା ଗୋଟିଏ ଦେଶ ଗୋଟିଏ ରାସନକୁ ନେଇ ବିବାଦ, ମାସ ମାସ ପରେ ମଧ୍ୟ ନେଉ ନାହାନ୍ତି...

ଗୋଟିଏ ଦେଶ ଗୋଟିଏ ରାସନକୁ ନେଇ ବିବାଦ, ମାସ ମାସ ପରେ ମଧ୍ୟ ନେଉ ନାହାନ୍ତି ରାସନ, ପର୍ଯ୍ୟାପ୍ତ ସାମଗ୍ରୀ ମହଜୁଦ ରଖିବାକୁ ସର୍ବସାଧାରଣରେ ଦାବୀ!

94

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ ରାସନ ସାମଗ୍ରୀ ନେବାକୁ ନେଇ ବିବାଦ ଦେଖାଦେଇଛି ।ଗୋଟିଏ ରାଜନୈତିକ ଦଳ ଦୋସିଙ୍ଗା ପଂଚାୟତରେ ଥିବା ଡିଲରଙ୍କ ଉପରେ ଆରୋପ ଲଗାଇ ରାସନ ସାମଗ୍ରୀ ହଡପ କରୁଥିବା କଥା ଅଭିଯୋଗ ହେବା ପରେ ଏହାର ସମାଧାନ କରିବାକୁ ଆଗେଇଛନ୍ତି ସଂପୃକ୍ତ ପଂଚାୟତର ବାସିନ୍ଦା । ଘଟଣାରୁ ପ୍ରକାଶ ଏହି ପଂଚାୟତର ଜଣେ ବାସିନ୍ଦା ଦୀର୍ଘ ଦିନ ହେବ ନିଜର ରାସନ ସାମଗ୍ରୀ ନେଇ ନଥିବା ବେଳେ ଚଳିତ ମାସ ଆସି ସଂପୃକ୍ତ ଡିଲରଙ୍କୁ ବାକି ଥିବା ୬ମାସର ସମସ୍ତ ରେସନ ସାମଗ୍ରୀ ଦେବାକୁ ଦାବୀ କରିବା ସହ ଏ ନେଇ ଚାନ୍ଦବାଲି ଏମ ଆଇ ଏବଂ ଧାମରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଚାନ୍ଦବାଲି ଏମ ଆଇ ଏବଂ ଧାମରା ଥାନା ଅଧିକାରୀ ସଂପୃକ୍ତ ଡିଲର ଙ୍କ ରାସନ ମେସିନ ଯାଂଚ ପରେ ଏହି ସମସ୍ତ ସାମଗ୍ରୀ ଚାନ୍ଦବାଲି ଏମ ଆଇଙ୍କ ଅଧିନରେ ରହିଥିବା କଥା ଜାଣିବାକୁ ମିଳିଲା ।ମାତ୍ର ଏହି ସମସ୍ତ ଯାଂଚ ପରେ ଧାମରା ଥାନା ଅଧିକାରୀ ଏବଂ ଏମ ଆଇ ସଂପୃକ୍ତ ଡିଲରଙ୍କୁ କ୍ଲିନ ଚିଟ ଦେବା ପରେ ମଧ୍ୟ ଦୋସିଙ୍ଗା ପଂଚାୟତର କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଏହା ବୁଝିବାକୁ ନାରାଜ । ମାତ୍ର ସମସ୍ତ କଥା କୁ ନେଇ ସମସ୍ତ ବିବାଦ ତୁଟି ଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ପ୍ରଚଳନ କରିଥିବା ଗୋଟିଏ ଦେଶ ଗୋଟିଏ ରାସନ କଥା ସାଧାରଣରେ ଚର୍ଚ୍ଚା ଚାଲିଛି । ଭିନ୍ନ ଜିଲ୍ଲାରୁ ଆସି ଅନ୍ୟ ଏକ ଜିଲ୍ଲାରୁ ରାସନ ସାମଗ୍ରୀ ନେବା ପରେ ଅଂଚଳବାସୀ ମଧ୍ୟ ବହୁ ସମୟରେ ହଇରାଣ ହେଉଥିବା ଦୃଷ୍ଟି ଗୋଚର ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ସମସ୍ତ ଡିଲରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ରାସନ ସାମଗ୍ରୀ ମହଜୁଦ ରଖିବାକୁ ସର୍ବସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.