Home ଜିଲ୍ଲା ପରିକ୍ରମା ଗୋକୁଳାନନ୍ଦ ବାବୁ ଜଣେ କିମ୍ବଦନ୍ତୀ ପୁରୁଷ – ବିଶିଷ୍ଟ ବକ୍ତାଙ୍କ ମତ, ଭଦ୍ରକରେ ପୂର୍ବତନ ସାଂସଦ...

ଗୋକୁଳାନନ୍ଦ ବାବୁ ଜଣେ କିମ୍ବଦନ୍ତୀ ପୁରୁଷ – ବିଶିଷ୍ଟ ବକ୍ତାଙ୍କ ମତ, ଭଦ୍ରକରେ ପୂର୍ବତନ ସାଂସଦ ଓ ବିଧାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତିଙ୍କ ୪୭ତମ ସ୍ମୃତିଚାରଣ ସଭା

165

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନ ଭାରତର ନାଗରିକର ପରିଚୟ ସୃଷ୍ଟି କରି ବ୍ରିଟିଶ ସରକାରଙ୍କୁ ହଟାଇ ଭାରତ ମାତାଙ୍କୁ ପରାଧୀନତାରୁ ମୁକ୍ତି କରିବାକୁ ନିଜ ଜୀବନକୁ ବାଜି ଲଗାଇବା ସହ ନିମ୍ନବର୍ଗର ଲୋକଙ୍କ ଆର୍ôଥକ ଅବସ୍ଥାର ଉନ୍ନତି ପାଇଁ ଦେଶ ସେବକ ଭାବେ ଅଭିହିତ କରି ବିଶିଷ୍ଟ ବକ୍ତାମାନେ ମତ ପୋଷଣ କରି ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ପରାମର୍ଶ ଦେଇଛନ୍ତି । ସ୍ୱାଧୀନତା ଆନ୍ଦୋଳନର ପୁରୁଖା ନେତା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ, ପ୍ରବୀଣ ରାଜନୀତିଜ୍ଞ, ସମାଜସେବୀ, ପୂର୍ବତନ ସାଂସଦ ଓ ବିଧାୟକ ସ୍ୱର୍ଗୀୟ ଗୋକୁଳାନନ୍ଦ ମହାନ୍ତିଙ୍କ ୪୭ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ମୃତିଚାରଣ ସଭା ଜିଲ୍ଲା ସ୍ମୃତି କମିଟି ପକ୍ଷରୁ ଭଦ୍ରକ ସହର କୁଆଁସ ଗ୍ରାମର ଗୋକୁଳଧାମ ଠାରେ ପ୍ରତିକୂଳ ପାଗ ସତ୍ତ୍ୱେ କୋବିଡ଼ ନିୟମରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ମୃତି କମିଟି ସଭାପତି ବରିଷ୍ଠ ସାମ୍ବାଦିକ ଅମର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାରେ ସ୍ମୃତି କମିଟି ସାଧାରଣ ସଂପାଦକ ଭଦ୍ରକ ଓକିଲ ସଂଘ ପୂର୍ବତନ ସଭାପତି ଆଡ୍‌ଭୋକେଟ ବିଷ୍ଣୁମୋହନ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଗାନ୍ଧୀ ଓଡିଶା ବାଳାଶ୍ରମର ସମ୍ପାଦକ ଅଶୋକ ଦାସ, ଝରଣା ଦାସ, ଶିକ୍ଷୟିତ୍ରୀ ପ୍ରତିମା ସାହୁ, ଅଧୀକ୍ଷକ ହୃଷିକେଶ ମହାନ୍ତି, ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସ, ଗାନ୍ଧୀ ବାଳାଶ୍ରମର କଳା ଶିକ୍ଷକ କାଳିନ୍ଦୀ ମଲ୍ଲିକ ଯୋଗ ଦେବା ସହ ଆଶ୍ରମର ଅନ୍ତେବାସୀଙ୍କ ଦ୍ୱାରା ପ୍ରଭାତ ଫେରୀ, ତିଳତର୍ପଣ, ସମାଧି ପୀଠ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସର୍ବଧର୍ମ ପ୍ରାର୍ଥନା ଓ ଗାନ୍ଧିଜୀଙ୍କ ପ୍ରିୟ ଭଜନ ଗାନ କରାଯାଇଥିଲା ।

ଆକାଶବାଣୀ ଜିଲ୍ଲା ସମ୍ବାଦଦାତା ଅଶୋକ କୁମାର ନାୟକ ସ୍ୱାଗତ ଭାଷଣ, ଯୁବନେତା ଜ୍ୟୋତିପ୍ରକାଶ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ. କାନନ ମହାନ୍ତି ଶ୍ରଦ୍ଧାଞ୍ଜଳି କବିତା ପାଠ କରିଥିଲେ । ଏହି ସମାରୋହରେ ଭଦ୍ରକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ, ସଂସ୍କୃତି ବିଭାଗ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ, ସମାଜସେବୀ ମହମ୍ମଦ ଫାରୁକ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଜିଲ୍ଲା ସମ୍ପାଦକ ଆଇଜନଜୀବୀ ତୁଷାରକାନ୍ତି ମହାନ୍ତି, ବରିଷ୍ଠ ଆଡ୍‌ଭୋକେଟ୍ ବଳରାମ ନାୟକ, ଫେଲୋସିପ୍‌ର ନିର୍ଦ୍ଦେଶକ ସମାଜସେବୀ ଲଲାଟେନ୍ଦୁ ମହାନ୍ତି, ଡ. କାନନ ମହାନ୍ତି, ସ୍ମୃତି କମିଟି ସହସମ୍ପାଦକ ଆଡ୍‌ଭୋକେଟ ସୁବୋଧ କୁମାର ସାହୁ, ଶିକ୍ଷାବିତ୍ ବାଦଲ କିଶୋର ମହାପାତ୍ର, ଡ. ଅବନୀ ପ୍ରଧାନ, ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ସରିତା ମହାନ୍ତି, ଆଡ୍‌ଭୋକେଟ ମନୋରମା ପାତ୍ର, ଓଡ଼ିଶା ସାମ୍ବାଦିକ ସଂଘ ଜିଲା୍ଲ ସଭାପତି ଜ୍ଞାନ ପ୍ରକାଶ ପାଣି, ଜିଲ୍ଳା ସୂଚନା ଲୋକ ସମ୍ପର୍କ ବିଭାଗର ତାପସ ନାୟକ, ଶିକ୍ଷାବିତ୍ ରବୀନ୍ଦ୍ର ଦାଶ, ଉଦୟନାଥ ମହାନ୍ତି, ଓଡ଼ିଶା ଚକବନ୍ଦୀ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତିର ପୂର୍ବତନ ରାଜ୍ୟ ସମ୍ପାଦକ ଗଗନ ଚନ୍ଦ୍ର ଦାସ, ଉର୍ଦ୍ଦୁ କବି ମୁସ୍ତାକ ଗହ୍ୱର, ଶ୍ରୀହର୍ଷ ମହାନ୍ତି, ଅଧ୍ୟାପକ ସଞ୍ଜୟ ଦାସ, ସସ୍ମିତା ଦାସ, ସିଦ୍ଧାର୍ଥ ମହାନ୍ତି, ଦେବପ୍ରକାଶ ମହାନ୍ତି, ସାମ୍ବାଦିକ ସୁବ୍ରତ ପାଲ, ଲିପିକା ରାଉତ, ଯୁବନେତା ସମାଜସେବୀ ଜ୍ୟୋତିପ୍ରକାଶ ମହାନ୍ତି, କଂଗ୍ରେସର ଯୁବନେତା ପ୍ରକାଶଜ୍ୟୋତି ମହାକୁଡ, କଂଗ୍ରେସର ପୂର୍ବତନ ସମ୍ପାଦକ କୁଟିଆ ନାୟକ, ପୂର୍ବତନ କାଉନସିଲର ପ୍ରଭାତ ମହାନ୍ତି, ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ବାରିକ, ରଜତ ସାହୁ ପ୍ରମୁଖ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମର ଅଗ୍ରଗାମୀ ନେତା ସ୍ୱର୍ଗତଃ ଗୋକୁଳାନନ୍ଦ ବାବୁଙ୍କ ଅବଦାନ, ଉତ୍ସର୍ଗୀକୃତ ଜନସେବା, ଜଣେ ଆଦର୍ଶ ସେବକ ଭାବେ ସ୍ମୃତିଚାରଣ କରି ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବପିଢିଙ୍କୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.