Home ଜିଲ୍ଲା ପରିକ୍ରମା ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ, ନଦୀ ପାଶ୍ୱର୍ରେ ତାରବାଡ଼ ଘେରାଇବାକୁ ବନବିଭାଗ ନିକଟରେ ଦାବି

ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ, ନଦୀ ପାଶ୍ୱର୍ରେ ତାରବାଡ଼ ଘେରାଇବାକୁ ବନବିଭାଗ ନିକଟରେ ଦାବି

88

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଈଶ୍ୱରପୁର ଗ୍ରାମ ଦେଇ ପ୍ରବାହିତ ଗେଙ୍ଗୁଟି ନଦୀରେ ଅଧିକାଂଶ ସମୟରେ କୁମ୍ଭୀର ଭାସୁଥିବାରୁ ନଦୀକୂଳିଆ ଗ୍ରାମର ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ବନବିଭାଗ ଏ ନେଇ ଲୋକମାନଙ୍କୁ ସଚେତନ କରାଇବା ସହିତ ନଦୀ ପାଶ୍ୱର୍ରେ ତାରବାଡ଼ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ପ୍ରକାଶ ଯେ, ଶ୍ୟାମସୁନ୍ଦରପୁର ପଞ୍ଚାୟତର ଈଶ୍ୱରପୁର, ସାପକାତିଆ, ଶ୍ୟାମସୁନ୍ଦରପୁର ଇତ୍ୟାଦି ୫ଟି ଗ୍ରାମର ଲୋକ ନଦୀରେ ମାଛ ଧରି ଜୀବିକା ନିର୍ବାହ କରିଥାନ୍ତି । ନଦୀରେ କୁମ୍ଭୀର ଭାସୁଥିବା ଦେଖି ଲୋକମାନେ ନଦୀକୁ ଯାଇ ପାରୁନାହାନ୍ତି । କିଛିଦିନ ପୂର୍ବରୁ ଗେଙ୍ଗୁଟି ନଦୀରେ କୁମ୍ଭୀର କାଁପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କର କୁମ୍ଭୀର ଆକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ଗାଇଗୋରୁ ମଧ୍ୟ କୁମ୍ଭୀର ଆକ୍ରମଣ ଶିକାର ହେଉଛନ୍ତି । ଏଥିପାଇଁ ଭୟଭୀତ ହୋଇ ଲୋକମାନେ ନଦୀକୁ ଯାଇ ପାରୁନଥିବାରୁ ଜୀବିକା ନିର୍ବାହରେ ବାଧା ସୃଷ୍ଟି ହେଉଛି । ନଦୀ ପାଶ୍ୱର୍ବର୍ତ୍ତୀ ଗ୍ରାମର ଲୋକମାନଙ୍କୁ ଏଥିପାଇଁ ସଚେତନ କରାଇବା ସହିତ ବନ ବିଭାଗ ପକ୍ଷରୁ ନଦୀ ପାଶ୍ୱର୍ରେ ତାରବାଡ଼ ବ୍ୟବସ୍ଥା କରିବାକୁ ସରପଞ୍ଚ ପବିତ୍ରମୋହନ ମଳିକ, ପୂର୍ବତନ ସମିତିସଭ୍ୟ ଯଶୋବନ୍ତ ମଳିକ, ସୁଧୀର ମଳିକ, ଦିଲୀପ ମଳିକ, ତରୁଣ କୁମାର ମଳିକ, ଆଶିଷ ମଳିକ, ନରେନ୍ଦ୍ର କୁମାର ମଳିକ, ବିକାଶ ମଳିକ, ଦୟାନିଧି ମଳିକଙ୍କ ସମେତ ବହୁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.