ଭୁବନେଶ୍ୱର ୧୯.୬ (ଓଡ଼ିଆ ପୁଅ) – ବରିଷ୍ଠ ଓଡ଼ିଆ ଆଇଏସ ଅଫିସର ଗୁରୁପ୍ରସାଦ ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ। ସ୍ୱର୍ଗତ ମହାପାତ୍ରଙ୍କ ବିୟୋଗ ମୋତେ ମର୍ମାହତ କରିଛି ଏବଂ ଆଇଏସ ମହଲରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ମହାପାତ୍ର କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅଧିନରେ ଥିବା ଡିପିଆଇଆଇଟି ସଚ୍ଚିବ ଥିଲେ। ସେ ଜଣେ ଦକ୍ଷ ପ୍ରଶାସକ ଭାବେ ଜଣାସୁଣା ଥିଲେ। ତାଙ୍କ ବିୟୋଗ ଦେଶପାଇଁ ଅପୂରଣୀୟ କ୍ଷତି। ସ୍ୱର୍ଗତ ମହାପାତ୍ରଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଶ୍ରୀ ପଟ୍ଟନାୟକ।