ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେବଭୂମି ଗବସାହି ପ୍ରଜ୍ଞାପୀଠ, ତଥା ଭଦ୍ରକ ଜିଲ୍ଲା ଗାୟତ୍ରୀ ପରିବାର କାର୍ଯ୍ୟାଳୟ ଠାରେ ଗୁରୁଗ୍ରନ୍ଥ ସ୍ଥାପନ ସଂକଳ୍ପ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଆଜିର ସମାଜରେ ବ୍ୟକ୍ତି ଅନେକ ସମସ୍ୟାରେ ଛନ୍ଦି ହୋଇ ଯାଇଛି । ସତ୍ ସାହିତ୍ୟ ପଠନ ମାନସିକ ଶାନ୍ତିି ସାମାଜିକ କ୍ରାନ୍ତି ଆଣିବାରେ ସମ୍ପର୍କ ସୃଷ୍ଟି ହୁଏ । କିନ୍ତୁ ବ୍ୟକ୍ତି ସେଥିରୁ ଦୂରେଇ ଯାଇଛି । ଏହିପରି ଏକ ସମୟର ଆହ୍ୱାନରେ ଯୁଗରୂପି ବେଦମୂର୍ତ୍ତି ତପୋନିଷ୍ଠ ପଣ୍ଡିତ ଶ୍ରୀରାମ ଶର୍ମାଙ୍କ ବିରଚିତ, ସମାଜର ସବୁବର୍ଗର, ସବୁ ବିଭାଗର ସମସ୍ୟା ସମାଧାନ କରିପାରୁଥିବା ସାହିତ୍ୟ ଗୁଡ଼ିକୁ ଭଦ୍ରକ ଜିଲ୍ଲାର ପ୍ରତି ଗୃହରେ ସ୍ଥାପନ କରାଇବା ପାଇଁ, ଜିଲ୍ଲା ଗାୟତ୍ରୀ ପରିବାର ଭଦ୍ରକର ଭାଇ ଭଉଣୀମାନେ, ଉକ୍ତ କ୍ରାନ୍ତିଧର୍ମୀ ସାହିତ୍ୟ ଗୁଡ଼ିକୁ ମୁଣ୍ଡରେ ମୁଣ୍ଡାଇ ସଂକଳ୍ପ ଗ୍ରହଣ କଲେ । ଗାୟତ୍ରୀ ମନ୍ତ୍ର ତଥା ଗାୟତ୍ରୀ ଗୁରୁଙ୍କର ଜୟଧ୍ୱନୀରେ ଗଗନ ପବନ ମୁଖରିତ ହେଲା । ଗାୟତ୍ରୀ ମହାବିଦ୍ୟା କ’ଣ ଓ ଏହାର ମାନବ ସମାଜ ଉପରେ ପ୍ରଭାବ, ମାନବର ଦିନଚର୍ଯ୍ୟା ଓ ରୀତିନୀତି କିପରି ହଜମ ହେବ ।
ସମାଜରେ ପରିବ୍ୟାପ୍ତ କୁରୀତିର କିପରି ବିଲୋପ କରାଯିବ, ପିଲାମାନେ କିପରି ସଂସ୍କାରୀ ହେବେ, ସେମାନଙ୍କର ଚରିତ୍ର ଗଠନ କିପରି କରାଯାଇ ପାରିବ, ପରିବାରର ପ୍ରୟୋଗଶାଳାରେ ସପରିବାର କିପରି ଶାନ୍ତିରେ କାଳଯାପନ କରିବେ, ଯୁବାବର୍ଗଙ୍କର ଉତ୍ତର ଦାୟିତ୍ୱ କ’ଣ ହେବା ଦରକାର, ଯୋଗ ତଥା ପ୍ରାଣାୟାମ ଦ୍ୱାରା ଅଧିବ୍ୟାଧିର ନିରାକରଣ କିପରି ହେବ, ଯୁଗ ପରିବର୍ତ୍ତନ କାଳରେ ଆମମାନଙ୍କର ଉତ୍ତର ଦାୟିତ୍ୱ କ’ଣ ହେବା ଉଚିତ ଆଦି ଅନେକ ସମସ୍ୟାର ସମାଧାନ କରି ପାରୁଥିବା ଗୁରୁଙ୍କ ଦ୍ୱାରା ରଚନା କରାଯାଇଥିବା ଗନ୍ଥ ଗୁଡ଼ିକୁ ଗୁରୁଗ୍ରନ୍ଥ ଭାବରେ, ପ୍ରତ୍ୟେକ ବ୍ୟକ୍ତି ଗୀତା ଭାଗବତ ଭଳି ନିୟମିତ ସ୍ୱଧ୍ୟାୟ ଗାୟତ୍ରୀ ପରିବାରର ଭାଇ ଭଉଣୀମାନଙ୍କ ଦ୍ୱାରା ଘରେ ଘରେ ସ୍ଥାପନ କରାଯିବ । ଏହି ଶୁଭ ଅବସରରେ କରୁଣାକର ସାମଲ,କୁଶଦେବ ମଲ୍ଲିକ, ଗୋକୁଳାନନ୍ଦ ରାଉତ, ରମେଶ ଚନ୍ଦ୍ର ବେହେରା, ରୂଷ୍ୟଶୃଙ୍ଗ ନାୟକ, କେଦାର ମହାପାତ୍ର, ଅକ୍ଷୟ ସାହୁ, ବିଜୟ ସାହୁ, ପୂର୍ଣ୍ଣ ଚନ୍ଦ୍ର ଉପାଧ୍ୟାୟ, ଭାଷ୍କର ସ୍ୱାଇଁ, ଆନନ୍ଦ ଚନ୍ଦ୍ର ଦାଶ, ବାରିନ ବରଣ ଦାଶ, ଭଉଣୀ ମନୋରମା ନାୟକ, ଲୋସନାରାଣୀ ରାଉତ, ନମିତା ମହାନ୍ତି, ମାଳତୀ ଉପାଧ୍ୟାୟ ପ୍ରମୁଖ ଯୋଗଦାନ କରିଥିଲେ । ସମସ୍ତ କାର୍ଯ୍ୟକୁ ଜିଲ୍ଲା ଗାୟତ୍ରୀ ପରିବାରର ମୁଖ୍ୟ ସଂଯୋଜକ ପ୍ରଦୀପ କୁମାର ନାୟକ ପରିଚାଳନା କରିଥିଲେ ।