ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୁଆମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନୂତନ ଗୃହର ଶିଳାନ୍ୟାସ ଉତ୍ସବ ଶନିବାର ଅନୁଷ୍ଠିତ ହୋଇ ଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ୬୧.୪୯ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ନୂତନ ଗୃହକୁ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଶିଳାନ୍ୟାସ କରିଥିବା ବେଳେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଡିଓ ଜ୍ୟୋତିର୍ମୟ କର, ସହକାରୀ ନିର୍ବାହୀ ଯନ୍ତ୍ରୀ ଟିକଚାନ୍ଦ କାଲୋ, କନିଷ୍ଠଯନ୍ତ୍ରୀ ସମୀର ରଂଜନ ରାଉତ, ଡା. ପ୍ରଣବ କୁମାର ମହାନ୍ତି, ଜିଲାପରିସଦ ସଭ୍ୟା ରୁଜାତା ପଣ୍ଡା, ସରପଞ୍ଚ ମାମିନା ଜେନା, ସମିତିସଭ୍ୟା ପୁଷ୍ପାଞ୍ଜଳି ବେହେରା, ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ମାନସ ପାଠୀ, ବିଜେଡି ଜିଲା ସାଧାରଣ ସମ୍ପାଦକ ଚିନ୍ତାମଣି ଦାସ, ଦିପ୍ତୀକାନ୍ତ ଖୁଣ୍ଟିଆ, ଶରତ ମଳିକ, ସୁଶାନ୍ତ ସେଠୀ, ବୁଦ୍ଧଦେବ ଜେନା, ଅମର ମଳିକ, ଶୁକଦେବ ମଳିକ, ଭରତ ସାହୁ, ପର୍ଶୁରାମ ପାଣିଗ୍ରାହୀ, ପ୍ରଫୁଲ୍ଲ ଦାସ, ତପନ ପାଢ଼ୀ, ରଘୁନାଥ ପାତ୍ର, ଦୁର୍ଗା ଚରଣ ନାୟକ, ଶ୍ରୀଧର ରାୟ, ପ୍ରମୋଦ ନାୟକ, ରତ୍ନାକର ଦାସ, ଗୌରାଙ୍ଗ ଜେନା, ଭକ୍ତହରି ଜେନା, ନାରୀନେତ୍ରୀ ସରସ୍ୱତୀ ମିଶ୍ର, ସ୍ୱର୍ଣ୍ଣଲତା ବେହେରା, ଝିଲ୍ଲୀ ସାମଲ ପ୍ରମୁଖ ବିଜେଡି ଓ ବିଜେପି ନେତୃବୃନ୍ଦ ଯୋଗ ଦେଇଥିଲେ ।