Home ଜିଲ୍ଲା ପରିକ୍ରମା ଗୀତିକବିତା ସଂକଳନ ‘ଜୀବନ ରଙ୍ଗ’ ଲୋକାର୍ପିତ

ଗୀତିକବିତା ସଂକଳନ ‘ଜୀବନ ରଙ୍ଗ’ ଲୋକାର୍ପିତ

10

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମନୋଜ କୁମାର ରାଉତରାୟଙ୍କ ଗୀତିକବିତା ସଂକଳନ ‘ଜୀବନ ରଙ୍ଗ’ ଆଜି ଲୋକାର୍ପିତ ହୋଇଯାଇଛି । ‘ଅଂଜଳି’ ର ସଂପାଦକ ପ୍ରକାଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡଃ କ୍ଷୀରୋଦ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳ୍ପନା ସହିତ ବାସ୍ତବତା ମିଶି ରସ୍ତୋତ୍ରୀଣ କରିବା ଆବଶ୍ୟକ, ନହେଲେ ସାହିତ୍ୟ ରୁକ୍ଷ ହୋଇଯିବ । ମଣିଷ ମନରେ ପ୍ରେମ ଚେତନା ରହିବା ଆବଶ୍ୟକ ବୋଲି କହିଥିଲେ । ଏଥିରେ ଡଃ ରାଧାରାଣୀ ମହାପାତ୍ର ମୁଖ୍ୟବକ୍ତା, ନାଟ୍ୟକାର ବିଜୟ ଦାସ, ଧାମନଗର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ସୁରଞ୍ଜନ ପଣ୍ଡା, ଭଣ୍ଡାରିପୋଖରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣ, ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରା, ଅଜିତ ଦାସ, ଶିଶୁ ସାହିତ୍ୟିକ ପୁରୁଷୋତ୍ତମ ଧଳ, କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସମ୍ମାନିତ ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭବ ଉପରେ ଆଲୋଚନା କରିଥିଲେ । କବି ମନୋଜ କୁମାର ରାଉତରାୟ ନାଟକ ରଚନା ସମୟରେ ସଂଗୀତର ଆବଶ୍ୟକତାରୁ ଗୀତିକବିତା ରଚନା ପ୍ରତି ଆକୃଷ୍ଟ ହୋଇ ଲେଖା ଆରମ୍ଭ କରି ଏହି ସଂକଳନ ସୃଷ୍ଟି କରିପାରିଛନ୍ତି ବୋଲି କହିଥିଲେ । ରାଜେଶ ବିଶ୍ୱାଳ ମଂଚ ଆହ୍ୱାନ, ଅରୁଣ ବେଉରିଆ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ, ଗୁରୁଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜୟଦେବ ସେନାପତି, ରମାକାନ୍ତ ବେହେରା, ଜଗନ୍ନାଥ ସାମଲ, ବ୍ରଜକିଶୋର ମହାନ୍ତି, ରାଜେଶ ବିଶ୍ୱାଳ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ସଂଗୀତଜ୍ଞ ଚନ୍ଦ୍ରଶେଖର ଦାସଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପ୍ରତାପ ଦ୍ୱିବେଦୀ, ଅଧ୍ୟାପକ ଆନନ୍ଦ ଚନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.