Home ଜିଲ୍ଲା ପରିକ୍ରମା ଗୀତା ଭବନ ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ

ଗୀତା ଭବନ ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ

19

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବେଦବିତ ବ୍ୟାସ୍‌ଦେବଙ୍କ ଜନ୍ମ ଦିବସ ଅବସରରେ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ଭଦ୍ରକ ଗୀତା ଭବନ ଠାରେ ପବିତ୍ର ଗୁରୁପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି । ସମିତି ସଭାପତି ଦୈତାରୀ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବହୁ ସାଧକ ଯୋଗଦେଇ ସଦ ଗୁରୁଦେବ ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କୁ ପୁଜାର୍ଚ୍ଚନା କରିଥିଲେ । ପ୍ରତ୍ୟୁଷର ପାଦୁକା ପୂଜନ, ଆଶାରାମାୟଣ ପାଠ, ସତସଙ୍ଗ, ନଗର କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଏହାଛଡା ପଥଚାରୀଙ୍କୁ ନିଶୁଳ୍କ ସରବତ ସହିତ ସତ ସାହିତ୍ୟ ପ୍ରଦାନ କରାଯାଇଥିଲା । ଏଥିରେ ଶାନ୍ତିଲତା ଦାସ, ସଂଗୀତା ପଣ୍ଡା, ପ୍ରେମଲତା ମହାପାତ୍ର, ସତ୍ୟବ୍ରତ ବିଶ୍ୱାଳ, ପ୍ରକାଶ ଚନ୍ଦ୍ର ଦାସ, ଓମ୍ ପ୍ରଜ୍ଞାନ ମିଶ୍ର, ଜ୍ୟୋତିରଞ୍ଜନ ମହାନ୍ତି, ସତ୍ୟବ୍ରତ ବିଶ୍ୱାଳ, ସରୋଜ କୁମାର ଦାସ ପ୍ରମୁଖ ଶହେରୁ ଅଧିକ ସାଧକ ଭାଇ ଭଉଣୀ ଯୋଗ ଦେଇଥିଲେ । ଦିବସଭରି ଉତ୍ସବକୁ ସମିତି ସଂପାଦକ ଜିତେନ୍ଦ୍ର କୁମାର ନାୟକ, କୋଷାଧ୍ୟକ୍ଷ ଅଶୋକ କୁମାର ମିଶ୍ର, ବରିଷ୍ଠ ସଦସ୍ୟ କାଳିପଦ ରାୟ, ସୁକାନ୍ତ ନାୟକ, ଅମରିଶ ମହାନ୍ତି, ପ୍ରବୀର ନାୟକ, ତପନ କୁମାର ଓଝା, ଦୁର୍ଯ୍ୟୋଧନ ଲେଙ୍କା, ଚନ୍ଦନ କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.