Home ଜିଲ୍ଲା ପରିକ୍ରମା ଗିରଫଦାରି ପରେ ଥାନାରୁ ଗଲେ ମହିଳାଗୋଷ୍ଠୀ

ଗିରଫଦାରି ପରେ ଥାନାରୁ ଗଲେ ମହିଳାଗୋଷ୍ଠୀ

47

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଉତ୍ତରବାଡ ଗ୍ରାମର ଅନୁସୂୟା ଯେନାଙ୍କ ଅଭିଯୋଗ ଆଧାରରେ ଋଜୁ ହୋଇଥିବା ୪୫୫/୨୩ନଂ ମାମଲାର ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିବା ପରେ ସୋମବାର ବିଳମ୍ବିତ ରାତ୍ରରୁ ଏକତ୍ରିତ ହୋଇଥିବା ମହିଳା ଗୋଷ୍ଠୀ ଘରକୁ ଫେରିଯାଇଛନ୍ତି । ସେହିପରି ଅପରପକ୍ଷ ଆଶାଲତା ଯେନାଙ୍କ ଅଭିଯୋଗ ଆଧାରରେ ୪୫୬/୨୩ନଂ ମାମଲା ମଧ୍ୟ ଋଜୁ ହୋଇଛି । ପରିବାର ଉପରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ଶନିବାର ଅପରାହ୍ନରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପ୍ରଥମେ ଥାନାରେ ଅଟକ ରଖାଯିବା ଓ ପରେ ଛାଡିଦିଆଯିବା ଘଟଣାର ପ୍ରତିବାଦ କରି ରବିବାର ସନ୍ଧ୍ୟାରୁ ଅନୁସୂୟାଙ୍କ ସମର୍ଥକ ମହିଳାମାନେ ଥାନା ପରିସରରେ ଏକତ୍ରିତ ହୋଇ ଥାନାରୁ ଛାଡ ପାଇଥିବା ଅଭିଯୁକ୍ତଙ୍କୁ ଗିରଫ ପାଇଁ ଅଡି ବସିଥିଲେ । ପୁଲିସ ସୋମବାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରେ ମହିଳାମାନେ ଥାନାରୁ ଅପସରି ଯାଇଥିଲେ । ଗିରଫ ବ୍ୟକ୍ତିମାନଙ୍କୁ ପୁଲିସ ଅଜଣା ସ୍ଥାନରେ ରଖିଥିବା ଅଟକ ରଖିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.