Home ଜିଲ୍ଲା ପରିକ୍ରମା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ କ୍ରାନ୍ତି ଦିବସ ପାଳିତ

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ କ୍ରାନ୍ତି ଦିବସ ପାଳିତ

20

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଏହାର ସମ୍ପାଦକ ତୁଷାରକାନ୍ତ ମହାନ୍ତିଙ୍କ ବାସଭବନରେ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇ ଯାଇଛି । ପ୍ରାଧ୍ୟାପିକା ଝରଣା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କୋଭିଡ଼ କଟକଣା ଗାଇଡ଼ ଲାଇନ ଅନୁପାଳନ ପୂର୍ବକ ସଭାରେ ସମ୍ପାଦକ ଶ୍ରୀ ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଭାରତଛାଡ ଆନ୍ଦୋଳନ ଗାନ୍ଧିଜୀଙ୍କର ଚରମ ଆନ୍ଦୋଳନ ଥିଲା । ଭାରତ ଛାଡ ଆନ୍ଦୋଳନରେ କାରାବଦ୍ଧ ଥିବାବସ୍ଥାରେ ଗାନ୍ଧିଜୀଙ୍କର ସହଯୋଗୀ ମହାଦେବ ଦେଶାଇ ଓ ପତ୍ନୀ କସ୍ତୁରବା ଗାନ୍ଧୀଙ୍କର ନିଧନ ହୋଇଥିଲା । ଭାରତ ବର୍ଷ ସ୍ୱାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ଗରୀବ ସୀମାରେଖା ତଳେ ଥିବା ଲୋକଟି ସ୍ୱାଧୀନତା ବାସ୍ତବ ସ୍ୱାଦ ଚାଖି ପାରିନାହିଁ । ନିର୍ବାଚନ ରାଜନୀତିରେ ତାକୁ କୋଢିଆ କରାଇ ସାହାଯ୍ୟ ନାମରେ କିଛି ଟଙ୍କା ଧରାଇ ଦେଇ ସରକାର ଦାୟିତ୍ୱ ମୁକ୍ତ ହୋଇଚାଲିଛି । ସରକାର ସମସ୍ତଙ୍କ ପାଇଁ କାମର ବ୍ୟବସ୍ଥା କରିବା ପରିବେର୍ତ୍ତ ଟିକସ ଟଙ୍କାରୁ ଏକ ନଗଣ୍ୟ ଅଂଶ ଭିକ୍ଷା ଭାବରେ ପ୍ରଦାନ କରିବା ଅତ୍ୟନ୍ତ ହାସ୍ୟାସ୍ପଦର ବିର୍ଷ ବୋଲି ବକ୍ତମାନେ ମତ ପ୍ରକାଶ କରିଥିଲେ । ସାଧାରଣ ଲୋକଟିଏ ସମ୍ମାନର ସହ ଆୟ କରିବାକୁ ତା ହାତକୁ କାମ ଦେବା ଆବଶ୍ୟକ । ସୂଚନା ଦେଇ ସମ୍ପାଦକ କହିଥିଲେ କି ଖଦୀ ଓ ଗ୍ରାମୋଦ୍ୟୋଗ ମାଧ୍ୟମରେ ସମାଜର ଅନ୍ତିମ ଜନଙ୍କୁ ସମ୍ମାନର ସହ ବଞ୍ଚିବାର ରାହା ଦେଖାଇବା ପାଇଁ ଭଦ୍ରକ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଚଳିତ ବର୍ଷ ଏକ ଖଦୀକେନ୍ଦ୍ର ପ୍ରତିଷ୍ଠା କରିବାର ନିଷ୍ପତି ନେଇଛି ବୋଲି କହିଥିଲେ । ଏହି ସଭାରେ ଲଲାଟେନ୍ଦୁ ମହାନ୍ତି, ବୈଲୋଚନ ବେହୁରିଆ, ରୋଟାରୀକ୍ଳବ ସଭାପତି ବସନ୍ତ ପାଣିଗ୍ରାହୀ, ପ୍ରକାଶଜ୍ୟୋତି ମହାକୁଡ଼, ଉମର ଅଲ୍ଲି, ଅମର ଲେଙ୍କା, ଅଶୋକ ଦାସ, ସୀତାକାନ୍ତ ଦାସ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.