Home ଜିଲ୍ଲା ପରିକ୍ରମା ଗାନ୍ଧୀ ବିଚାରମଞ୍ଚ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଗାନ୍ଧୀ ବିଚାରମଞ୍ଚ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

37

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାତ୍ମା ଗାନ୍ଧୀ ବିଚାରମଞ୍ଚ, ଭଦ୍ରକ ଆନୁକୂଲ୍ୟରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଜାତିରପିତା ମହାମାନବ ମହାତ୍ମା ଗାନ୍ଧୀ ଓ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଗାନ୍ଧିବାଦୀ ମହାପୁରୁଷ ଲାଲ୍‌ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ସମାରୋହ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇ ଯାଇଛି । ସକାଳ ୭ ଘଟିକା ସମୟରେ ଭଦ୍ରକ ଗାନ୍ଧୀ ପଡ଼ିଆ ଠାରେ ସଫେଇ କାର୍ଯ୍ୟକ୍ରମ ଶେଷ କରାଯାଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଗାନ୍ଧୀଙ୍କର ପ୍ରିୟ ଭଜନ ରାମଧୂନ ଗାନ କରାଯାଇଥିଲା । ପୂର୍ବାହ୍ନ ୧୦.୩୦ମି.ରେ ଭାଗବତ କଲ୍ୟାଣ ମଣ୍ଡପରେ ଆୟୋଜିତ ସାଧାରଣ ସଭାରେ ବିଚାରମଞ୍ଚର ସଭାପତି ଶାନ୍ତନୁ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ମଞ୍ଚର ସମ୍ପାଦକ ସୁଧାକର ରାଉତ । ସଭାର ମୁଖ୍ୟ ଆକର୍ଷଣ ଅତିଥି ଆସନ ମଣ୍ଡନ କରିଥିଲେ ପ୍ରାକ୍ତନ ପ୍ରାଧ୍ୟାପକ ଓ ବିଶିଷ୍ଟ ସାହିତ୍ୟିକ ଡଃ ଶିରିଶ ଚନ୍ଦ୍ର ଜେନା, ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କାରପ୍ରାପ୍ତ ସାହିତ୍ୟିକ ବିମଳ ଜେନା ଏବଂ ବିଶିଷ୍ଟ ସ୍ତମ୍ଭକାର ଉପେନ୍ଦ୍ର ବିଶ୍ୱାଳ । ସମ୍ବର୍ଦ୍ଧିତ ପ୍ରତିଭା ଭାବରେ ଯୋଗଦାନ କରିଥିଲେ ଭଦ୍ରକ ଗାନ୍ଧୀ ଓଡ଼ିଶା ବଳାଶ୍ରମର ସମ୍ପାଦକ ଅଶୋକ ଦାସ ଓ ପ୍ରକୃତିପ୍ରେମୀ ବିଚିତ୍ରାନନ୍ଦ ମହାନ୍ତି । ସଭାକାର୍ଯ୍ୟ ଆରମ୍ଭରେ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ ବିଚାରମଞ୍ଚର ସଂଗଠନ ସମ୍ପାଦକ ବାବୁଲାଲ ଦାସ ।

ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀଗଣ । ସ୍ୱାଗତ ସମ୍ଭାଷଣ ରଖିଥିଲେ ବିଶିଷ୍ଟ ସାହିତ୍ୟିକା ଗୀତାରାଣୀ ଆଇଚ ଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ପୂର୍ବତନ ବ୍ୟାଙ୍କ ଅଧିକାରୀ ବୈଲୋଚନ ବେହୁରିଆ ଓ ସଭାଶେଷରେ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଅନ୍ୟତମ ସଦସ୍ୟ ଆଦିତ୍ୟ କୁମାର ଗୋସ୍ୱାମୀ । ମଧ୍ୟାହ୍ନ ଭୋଜନର ବିରତି ପରେ ଆରମ୍ଭ କରାଯାଇଥିଲା ଅପରାହ୍ନ କାର୍ଯ୍ୟକ୍ରମ କବିତା ପାଠୋତ୍ସବ । ସଂଯୋଜକ ଭାବରେ ଯୋଗଦାନ କରିଥିଲେ କବି ଡଃ ଅବନୀ ପ୍ରଧାନ, ଡଃ ପ୍ରଭାତ ନଳିନୀ ମହାପାତ୍ର ଓ ଅଧ୍ୟାପକ କିଶୋର ଚନ୍ଦ୍ର ପାଣିଗ୍ରାହୀ । ଉକ୍ତ କବିତା ପାଠୋତ୍ସବରେ ପରିଚାଳନାଗତ ସହାୟତା ପ୍ରଦାନ କରିଥିଲେ ନାଟ୍ୟକାର ଗୌରାଙ୍ଗ ଚନ୍ଦ୍ର ବାରିକ । ୪୦ଜଣ କବି ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ । ସେମାନଙ୍କ ମଧ୍ୟରୁ ଅଶୋକ ନାୟକ, ମନୋରମା ରାୟ, ଶେଖ୍ ଦୟାନ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଗାନ୍ଧୀ ବିଚାରମଞ୍ଚ ତରଫରୁ ପୁରସ୍କୃତ ହୋଇଥିଲେ । ଆଜିର ଜୟନ୍ତୀ ସମାରୋହରେ ତ୍ୟାଗଭୂମିର ସଭାପତି ଅଜୟ ନାୟକ, ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ, ଡଃ ମନୀନ୍ଦ୍ର ମହାନ୍ତି, ହରମୋହନ କୁଅଁର, କୈଳାସ ନାୟକ, ଡଃ ଗୋଲକ ବିହାରୀ ସାହୁ, ଡା. ହରେକୃଷ୍ଣ ନାୟକ, ଡଃ ରାଧାରାଣୀ ମହାପାତ୍ର, ଅଜିତ୍ କୁମାର ନାୟକ, କରୁଣାକର ଉପାଧ୍ୟାୟ, ବାଦଲ ମହାପାତ୍ର, ଇନ୍ଦ୍ରମଣି ପଣ୍ଡା, ଚନ୍ଦ୍ରମୋହନ ମହାନ୍ତି, ପରମାନନ୍ଦ ସାହୁ, କ୍ଷୀରୋଦ କୁମାର ମିଶ୍ର, ହରମୋହନ ଦାଶ, ବିନୟ କୁମାର ପଣ୍ଡା, ଆଦିତ୍ୟ କୁମାର ନାୟକ, ପ୍ରମୋଦ ରାୟ, ଶଶିକାନ୍ତ ପାଢୀ ଆଦି ଗାନ୍ଧୀପ୍ରେମୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.