Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ସମାରୋହ

ଗାନ୍ଧୀ ବାଳାଶ୍ରମରେ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ସମାରୋହ

43

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ସଂଗଠକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୩୯ତମ ଶ୍ରାଦ୍ଧ ଦିବସ ଗାନ୍ଧୀ ଓଡିଶା ବାଳାଶ୍ରମ ଓ ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମ ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ସମାଜସେବୀ ଅଜୟ ନାୟକ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଭଦ୍ରକ ସ୍ୱଂୟଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ଡ଼. ରାମଚନ୍ଦ୍ର ପଣ୍ଡା, ସମ୍ମାନୀତ ଅତିଥିଭାବେ ମହାତ୍ମା ଗାନ୍ଧୀ ବିଚାର ମଂଚର ସଭାପତି ଶାନ୍ତନୁ କୁମାର ରାଉତ, ସଂପାଦକ ସୁଧାକାର ରାଉତ, ସର୍ବୋଦୟ ମଣ୍ଡଳର ସଦସ୍ୟ ଲକ୍ଷ୍ମୀକାନ୍ତ ବାରିକ, ଅଧିବକ୍ତା ମନୋରଞ୍ଜନ ମହାନ୍ତି, ଦେବୀଶଙ୍କର ପାଣିଗ୍ରାହୀ, ନାରାୟଣ ଚନ୍ଦ୍ର ପାଢ଼ୀ ଯୋଗ ଦେଇ ନବକୃଷ୍ଣ ଚୌଧୁରୀଙ୍କ ନିରଳସ ଜୀବନଶୈଳୀ ଓ ତ୍ୟାଗପୂତ ଜୀବନର ସଂଗ୍ରାମ ଓ ସଂଘାତ ସମ୍ପର୍କରେ ଆଲୋକପାତ କରି ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ବେଳେ ରାଜନୈତିକ ସଚ୍ଚୋଟତା ତଥା ସାଧୁତା ବିଷୟରେ ସେ ଯେଉଁ କୀର୍ତୀ ଛାଡ଼ିଯାଇଛନ୍ତି, ତାଙ୍କୁ ଓଡ଼ିଶାର ଜନ ସାଧାରଣ ସବୁଦିନ ମନେ ରଖିବେ ବୋଲି ମତ ଦେଇଥିଲେ । ନବକୃଷ୍ଣ ଚୌଧୁରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଅତିଥିମାନେ ଅନ୍ତେବାସୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ତାଙ୍କ ତୈଳ ଚିତ୍ରରେ ମାର୍ଲ୍ୟାପଣ କରାଯାଇ ସମୂହ ପୁର୍ଷ୍ପାଘ୍ୟ ଅର୍ପଣ କରାଯ।।ଇଥିଲା । ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ କଳାକାର କାଳନ୍ଦୀ ମଲ୍ଲିକ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ଉଦ୍‌ଘାଟନୀ ମନ୍ତ୍ର ପାଠ କରିଥିଲେ । ସଂଗୀତ ଗୁରୁ ରାମନାରାୟଣ ପଣ୍ଡାଙ୍କ ତତ୍ୱାବଧାନରେ ପ୍ରଜ୍ଞାଶ୍ରୀ ଦାସ ଓ ଆଶ୍ରମର ଅନ୍ତେବାସୀମାନେ ଗାନ୍ଧୀ ଭଜନ ଗାନ କରିଥିଲେ । ଆଶ୍ରମର ସମସ୍ତ କର୍ମକର୍ତା ଗଣ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.