Home ଜିଲ୍ଲା ପରିକ୍ରମା ଗାନ୍ଧୀ ଓଡ଼ିଶା ବାଳାଶ୍ରମରେ ସା୍‌ଧାରଣତନ୍ତ୍ର ଦିବସ ପାଳିତ

ଗାନ୍ଧୀ ଓଡ଼ିଶା ବାଳାଶ୍ରମରେ ସା୍‌ଧାରଣତନ୍ତ୍ର ଦିବସ ପାଳିତ

26

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ଗରଦପୁରଠାରେ ୭୫ତମ ସାଧାରଣତନ୍ତ୍ର ଦିବସ ଗାନ୍ଧୀ ବାଳାଶ୍ରମ ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡାକ୍ତର ଦେବରାଜ ପାଣିଗ୍ରାହୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଅତିଥି ଭାବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡାକ୍ତର ଦେବରାଜ ପାଣିଗ୍ରାହୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ଉର୍ଦ୍ଦୁ କବି ମୁସ୍ତାକ ଗହ୍ୱର, ମଧ୍ୟ ଇଂରାଜୀ ବିଦ୍ୟାଳୟର ସହକାରୀ ଶିକ୍ଷକ ରବିନାରାୟଣ ତିଆଡ଼ି, ବ୍ୟାଙ୍କ ଅଫ୍ ବରୋଦା, ଭଦ୍ରକ ଶାଖାର ମୁଖ୍ୟ ପରିଚାଳକ ସଞ୍ଜୟ କୁମାର ମାଝୀ ଏବଂ କର୍ମଚାରୀ ପିତାମ୍ବର ବେହେରା, ଶର୍ମିଷ୍ଠା ଦାସ, ପରେଶ କୁମାର ଖୁଣି୍ଠଆ ଇତ୍ୟାଦି ଯୋଗଦେଇ ଭାରତର ମୁକ୍ତି ସଂଗ୍ରାମ ଓ ସାଧାରଣତନ୍ତ୍ର ଦିବସର ତାପ୍ତର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଉର୍ଦ୍ଦୁ କବି ମୁସ୍ତାକ ଗହ୍ୱର ଦେଶାତ୍ମୋକବୋଧକ ସାୟରୀ ଗାନ କରିଥିଲେ । ଶିକ୍ଷକ ଧରଣୀଧର ସେଠୀ, ଧରିତ୍ରୀ ବିଶ୍ୱାଳ ଏବଂ ବାଳାଶ୍ରମର କର୍ମକର୍ତା ମାନଙ୍କ ଦ୍ୱାରା ପ୍ରତ୍ୟୁଷରୁ ରାମଧ୍ୱନ ସହ ପ୍ରଭାତ ଫେରୀ କରଯାଇଥିଲା । ଉକ୍ତ ମହାନ ଦିବସ ଉପଲକ୍ଷେ ବ୍ୟାଙ୍କ ଅଫ୍ ବରୋଦା ତରଫରୁ ଅନ୍ତେବାସୀମାନଙ୍କ ପାଇଁ ଏକ ବଡ଼ ସ୍ମାର୍ଟ ଟି.ଭି. ଓ ମିଷ୍ଟାନ୍ନ ପ୍ରଦାନ କରାଯାଇଥିଲା । ସଭାଶେଷରେ ପ୍ରୋବେସନ ଅଧିକାରୀ ତଥାଗତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.