Home ଜିଲ୍ଲା ପରିକ୍ରମା ଗାଁ ମାଟି ହିଁ ସୃଷ୍ଟି କରିପାରେ ଖାଣ୍ଟି ମଣିଷ, ସ୍ୱର୍ଗତଃ ପଞ୍ଚାନନ ନାୟକଙ୍କ ସ୍ମୃତିସଭା

ଗାଁ ମାଟି ହିଁ ସୃଷ୍ଟି କରିପାରେ ଖାଣ୍ଟି ମଣିଷ, ସ୍ୱର୍ଗତଃ ପଞ୍ଚାନନ ନାୟକଙ୍କ ସ୍ମୃତିସଭା

49

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ଦକ୍ଷିଣବାଡ ଗ୍ରାମରେ ପଞ୍ଚାନନ ନାୟକ ସ୍ମୃତି ସଂସଦ ଆନୁକୂଲ୍ୟରେ ସ୍ୱର୍ଗତଃ ପଞ୍ଚାନନ ନାୟକଙ୍କ ଏକାଦଶାହ କର୍ମରେ ଏକ ସ୍ମୃତିଚାରଣ ସଭା ଶିକ୍ଷାବିତ୍ ଡ. ପୁରୁଷୋତ୍ତମ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାରଦା ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ କୈଳାଶ ଚନ୍ଦ୍ର ରାଉତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଗାଁ ମାଟି ପଂଚାନନଙ୍କ ପରି ସରଳ ଅମାୟିକ ସଚ୍ଚୋଟ ତଥା ଆଧ୍ୟାତ୍ମବାଦୀ ମଣିଷ ତିଆରି କରି ସମାଜର ମଙ୍ଗଳ ବିଧାନ କରିଥାଏ ବୋଲି ବକ୍ତବ୍ୟ ରଖିଥିଲେ । ଏହି ସ୍ମୃତି ସଭାରେ କବି ରମାକାନ୍ତ ବେହେରା, ଶିଶୁ ସାହିତ୍ୟିକ ଜଗନ୍ନାଥ ସାମଲ, ବରିଷ୍ଠ ପାଲା ଗାୟକ ବିଶ୍ୱମ୍ବର ନାଥ, ସମାଜସେବୀ ମୁରଲୀଧର ଦାସ, ସାରଦା ବିଦ୍ୟାମନ୍ଦିରର ଗୁରୁଜୀ ନିର୍ମଳ ସେନାପତି, ଚିତ୍ତରଂଜନ ନାୟକ, କେଶବ ଚନ୍ଦ୍ର ସେଠୀ, ସୁମିତ୍ରା ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ଘନଶ୍ୟାମ ସ୍ୱାଇଁ, ଶିକ୍ଷକ ଗଂଗାଧର ଦାସ ପ୍ରମୁଖ ସ୍ମୃତିଚାରଣ କରିଥିଲେ । ଧର୍ମଶାଳା ଅତିରିକ୍ତ ଶିକ୍ଷାଧିକାରୀ ମନୋଜ କୁମାର ଜେନା, ଅବସରପ୍ରାପ୍ତ ଜିଲାପାଳ ରମେଶ ଚନ୍ଦ୍ର ରାଉତ, ସମାଜସେବୀ ସୁବ୍ରତ ଦାସ, ଗିରିଶ ସାମଲ, ଜିଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ପୂର୍ବତନ ସରଂପଚ ସତ୍ୟାନନ୍ଦ ମହାପାତ୍ର, ବିଜୟ ଶଙ୍କର ମହାନ୍ତି, ପ୍ରଶାନ୍ତ ସାହୁ, ସମାଜସେବୀ ରାମଚନ୍ଦ୍ର ସେନାପତି, ଅଧିବକ୍ତା ସୁଧାଂଶୁ ନାୟକ ପ୍ରମୁଖ ଯୋଗଦେଇ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ । ଏହି ଅବସରରେ କବି ଅଚ୍ୟୁତାନନ୍ଦ ସାମଲଙ୍କ ସଂପାଦନରେ ସ୍ମରଣିକା ‘ପଞ୍ଚାନନ ପରିକ୍ରମା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପରିବାର ତରଫରୁ ବଡପୁତ୍ର ରଂଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପୁତ୍ର ପବନ, ଗଗନ, ପ୍ରେମାନନ୍ଦ, ହୃଦାନନ୍ଦ, ଉପେନ୍ଦ୍ର ପରିଡା, ଶମ୍ଭୁନାଥ ସ୍ୱାଇଁ, ଶୁଭେନ୍ଦୁ ରାଉତ, ପର୍ଶୁରାମ ସାହୁ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.