Home ଜିଲ୍ଲା ପରିକ୍ରମା ଗାଁ ଛାଡୁନି ବନ୍ୟାଜଳ, ଭାଙ୍ଗିଲା କଚାଘର, ବିପଦସଙ୍କେତ ନିମ୍ନରେ ବୈତରଣୀ

ଗାଁ ଛାଡୁନି ବନ୍ୟାଜଳ, ଭାଙ୍ଗିଲା କଚାଘର, ବିପଦସଙ୍କେତ ନିମ୍ନରେ ବୈତରଣୀ

23

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ଜଣାଯାଇଛି । ଅପରାହ୍ନ ୫ଟା ସୁଦ୍ଧା ନଦୀର ଜଳସ୍ତର ଆଖୁଆପଦା ଠାରେ ବିପଦସଙ୍କେତ ସ୍ତର ୧୭.୮୩ ମିଟର ଠାରୁ ସାମାନ୍ୟ ଉର୍ଦ୍ଧ ୧୭.୮୪ ମିଟର ରହିଛି । ଜଳସ୍ତର ଘଣ୍ଟାପ୍ରତି ୪ମି.ମି. ଗତିରେ ହ୍ରାସ ପାଉଛି । ନଦୀର ଉପରମୁଣ୍ଡରେ କେବଳ କେଉଁଝରରେ ୦.୬ମି.ମି., ଆନନ୍ଦପୁର ରେ ୪.୭ମି.ମି., ଆଖୁଆପଦାରେ ୧.୦ମି.ି. ବର୍ଷା ରେକର୍ଡ କରାଯାଇଛି । ଚମ୍ପୁଆ, ସ୍ୱାମୀପାଟଣା ଓ ଠାକୁରମୁଣ୍ଡାରେ ଆଦୌ ବର୍ଷା ହୋଇନାହିଁ । ନଦୀରେ ଜଳସ୍ତର ହ୍ରାସ ପାଇଥିଲେ ବି କଣ୍ଟିଘାଇ ଦ୍ୱାରା ଆସିଥିବା ବ୍ୟାପକ ବନ୍ୟାଜଳ ନିଷ୍କାସିତ ହୋଇନପାରୁ ବହୁ ଗ୍ରାମ ଜଳଘେରରେ ରହିଛି । ଷୋଳମପୁର ପଞ୍ଚାୟତର ଷୋଳମପୁର, ବିନ୍ଧାଣ, ମୁଢାପଦା, ବରାହନୂଆପଡା, ମଣିନାଥପୁର, ବିରୋଳି, ଦାଣ୍ଡକୂଳ, ତିଖିଲିଆ, ମାଳଦା ପଞ୍ଚାୟତର ସାନମାଳଦା, ବଡମାଳଦା, ଚତୁର୍ଭୁଜପୁର, ସାରଣା, ଜଳହରୀ, ରାମପୁର, ନପଙ୍ଗ ପଞ୍ଚାୟତର ନପଙ୍ଗ, ବଡନପଙ୍ଗ, ଜୋରାଗଡିଆ, ଭାଟଣା, ବାଙ୍କମୂହାଁ, ରହଣିଆ ପଞ୍ଚାୟତର ରହଣିଆ, ଦେଉଳପଦୀ, ନୌରଙ୍ଗପୁର, ରାଣୀଗଡିଆ, କୋରିଗାଁ ପଞ୍ଚାୟତର କୋରିଗାଁ, ଷଠଗାଁ, ଝୁଟୁଣା ପଞ୍ଚାୟତର ଝୁଟୁଣା, ବାବଲପୁର, ଦାଦେଶ୍ୱର ଓ ବନ୍ଦାଳୋ-ମଢିଆଳି ପଞ୍ଚାୟତର ବନ୍ଦାଳୋ, ଖପୁରିଆପଦା, ବଳିପୁର, ମଢ଼ଆଳି, ନୂଆପାଟଣା, କାଜିପାଟଣା, ମହେଶପୁର ଆଦି ୩୬ଟି ଗ୍ରାମର ହଜାର ହଜାର ଲୋକ ବିପନ୍ନ ହୋଇଛନ୍ତି । ହଜାର ହଜାର ହେକ୍ଟର ଚାଷଜମିର ତଳି ଓ ପନିପରିବା ଚାଷ ନଷ୍ଟ ହୋଇଛି । ଏହି ବନ୍ୟାରେ ସାରଣା ଗ୍ରାମର କାହ୍ନୁଚରଣ ସେଠୀ, ଚତୁର୍ଭୁଜପୁର ଗ୍ରାମର ସୁଧାକର ପରିଡାଙ୍କ କଚା ଘର ଭାଙ୍ଗିଯାଇଥିବା ଜଣାଯାଇଛି । ବନ୍ୟାଞ୍ଚଳରେ ପ୍ରଶାସନ ପକ୍ଷରୁ ନଳକୂପ ବିଶୋଧନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.