Home ଜିଲ୍ଲା ପରିକ୍ରମା ଗରଦପୁର ସତ୍ୟସାଇ ବିଷ୍ଣୁମୋହନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ପାଳିତ

ଗରଦପୁର ସତ୍ୟସାଇ ବିଷ୍ଣୁମୋହନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ପାଳିତ

7

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗରଦପୁର ସ୍ଥିତ ସତ୍ୟ ସାଇ ବିଷ୍ଣୁମୋହନ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଚଳିତ ମାସ ୧୨ ଓ ୧୩ରେ ମହାଆଡ଼ମ୍ବରରେ ହେବାକୁ ଯାଉଅଛି । ଏହି ଉପଲକ୍ଷେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍‌,ବୁଦ୍ଧିଜୀବୀ ଓ ରାଜନେତା ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେବେ ବୋଲି ସଦୟ ସ୍ୱୀକୃତି ପ୍ରଦାନ କରିଅଛନ୍ତି । ୧୨ ତାରିଖ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଓଡ଼ିଶାର ପ୍ରସିଦ୍ଧ ହ୍ୟୁମାନ୍ ସାଗର ମେଲୋଡ଼ି ତାଙ୍କର ସବୁ ପ୍ରକାର କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ଏବଂ ସମ୍ପାଦକ ମୀନା ପଣ୍ଡା ସମସ୍ତଙ୍କୁ ଅନୁରୋଧ କରୁଅଛନ୍ତି କି ଏହି ଦୁଇଦିନର କାର୍ଯ୍ୟକ୍ରମରେ ଯୋଗଦାନ କରି ଜୟନ୍ତୀ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ହେବେ । ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଅନୁରୋଧ କରାଯାଉଅଛି କି ସେମାନେ ସମସ୍ତେ ତା୧୨.୦୧.୨୦୨୪ରିଖ ଦିବା ଏକ ଘଟିକା ସମୟରେ ବିଦ୍ୟାଳୟ ପ୍ରାଙ୍ଗଣରେ ଉପସ୍ଥିତ ରହିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.