Home ଜିଲ୍ଲା ପରିକ୍ରମା ଗଛରେ ଝୁଲୁଛି ଯୁବକର ମୃତଦେହ

ଗଛରେ ଝୁଲୁଛି ଯୁବକର ମୃତଦେହ

30

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୋରିଗାଁ ପଞ୍ଚାୟତ ଷଠଗାଁ ଗ୍ରାମ ଗେଙ୍ଗୁଟି ନଦୀ ପଠା ଗଛରେ ଜଣେ ଯୁବକର ମୃତଦେହ ଝୁଲୁଥିବା ଜଣାଯାଇଛି । ତଲେ ଜୋତା ପଡିଛି । ନାଲି ଗାମୁଛାକୁ ରଶୀ ଭାବେ ବେକରେ ବାନ୍ଧି ପ୍ୟାଣ୍ଟସାର୍ଟ ପିନ୍ଧା ଯୁବକ ଗଛରେ ଝୁଲୁଛି । ଶନିବାର ଅପରାହ୍ନ ପ୍ରାୟ ୩ଟା ବେଳୁ ଏଭଳି ଘଟଣା ଘଟିଥିବା ଜଣାଯାଇଛି । ସଂପୃକ୍ତ ଯୁବକ ଯାଜପୁର ଜିଲ୍ଲା ବିଦ୍ୟାଧରପୁର ନିକଟ ଟିପରା ଗ୍ରାମର ହୃଷିକେଶ ଷଡଙ୍ଗୀଙ୍କ ୩୨ ବର୍ଷୀୟ ପୁଅ ରଞ୍ଜନ ବୋଲି ପରିଚୟ ମିଳିଛି । ମୃତକ ବିରୋଳିଶାସନ ଗ୍ରାମର ରାମକୃଷ୍ଣ ପଣ୍ଡାଙ୍କ ଜ୍ୱାଇଁ ଅଟେ । ସଂପୃକ୍ତ ଯୁବକ ସର୍ବଦା ନିଶାଶକ୍ତ ରହୁଥିଲା । ଏଥିଯୋଗୁଁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡା ଲାଗିରହୁଥିଲା । ରଞ୍ଜନ ମାରଧର କରୁଥିବାରୁ ପତ୍ନୀ ୨ ପିଲାକୁ ନେଇ ଯାଜପୁରରେ ଭଡାଘରେ ରହୁଥିଲା । ରଞ୍ଜନ ବାରମ୍ବାର ଶ୍ୱଶୁର ଘରକୁ ଆସି ଧମକଚମକ ଦେଉଥିଲା । ଶନିବାର ଶ୍ୱଶୁର ଘରକୁ ଆସି ଫେରିଯାଇ ରଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ପୁଲିସ ଘଟଣାସ୍ଥଳରେ ପହଞ୍ôଚଥିବା ଜଣାଯାଇଛି । ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ କୌଣସି ଅଭିଯୋଗ ଥାନାରେ ହୋଇନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.