ବାଲିଗୁଡା, ୦୨/୦୩(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ବାରଖମା ରାସ୍ତାରେ ପୁଲିସ ବିଭାଗ ତରଫରୁ ଏସ ଆଇ ରବିନ୍ଦ୍ର ମୁଣ୍ଡାରୀ ଙ୍କ ସହ ସଦଳ ବଳ ପାଟ୍ରୋଲିଂ କରୁଥିବା ସମୟ ରେ ଆପରାନାଳ ନିକଟରେ ଏକ ଧଳା ରଙ୍ଗର କାର ନଂ.ଓଡ଼ି- ୦୨ ଏଏ -୪୧୨୨ କୁ ଯାଞ୍ଚ ସମୟରେ ସେଥିରୁ ୪୧କେଜି ୩୦୦ ଗ୍ରାମ ଗଂଜେଇ ଜବତ କରିଥିଲେ। ଉକ୍ତ କାରରେ ଥିବା ଗଞ୍ଜେଇ ସହ ତିନି ଜଣ କୁ ଗିରଫ କରିଥିଲେ। ଗିରଫ ବ୍ୟକ୍ତି ମାନେ ହେଲେ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର କଳିଙ୍ଗ କେଶରୀ ପ୍ରଧାନ, ବନମାଳୀ ମହାରଣା ଓ ସୌଭାଗ୍ୟ ବେହେରା ବୋଲି ଜଣାପଡିଛି। ଏ ନେଇ ଥାନା ରେ ଏକ ମାମଲା ନଂ.୪୨/୨୧ ରେ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଏସ ଆଇ ଦିପକ ରାଉତ ମାମଲାର ତଦନ୍ତ କରୁଛନ୍ତି ବୋଲି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି।








