Home ଓଡ଼ିଶା ଖୋଲିଲା ବାଲିମେଳା ଜଳଭଣ୍ଡାରର ଗେଟ

ଖୋଲିଲା ବାଲିମେଳା ଜଳଭଣ୍ଡାରର ଗେଟ

228

ଭୁବନେଶ୍ଵର,୨୭/୧୦,(ଓଡ଼ିଆ ପୁଅ ପି ନାୟକ):ଲଗାଣ ବର୍ଷା ଯୋଗୁଁ ଆଜି ବାଲିମେଳା ଜଳଭଣ୍ଡାରର ଗେଟ୍‌ ଖୋଲାଯାଇଛି।  ଜଳ ସ୍ତର ବିପଦ ସଂକେତ ଟପିବାରୁ ଗେଟ୍‌ ଖୋଲା ଯାଇଥିବା ବେଳେ ବର୍ତ୍ତମାନ ୨ଟି ଗେଟ୍‌ ଦେଇ ପାଣି ନିଷ୍କାସିତ ହେଉଛି । ୪ ଓ ୫ ନମ୍ବର ଗେଟ୍‌ ଖୋଲାଯାଇ ସେକେଣ୍ଡକୁ ୮୦୦୦ କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଥିବା ପ୍ରଶାସନ ଜଣାଇଛି । ତେବେ ବଙ୍ଗୋପସାଗରରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଚିତ୍ରକୋଣ୍ଡା ଜଳର ପତନ ଅଧିକରୁ ଅଧିକ ଵୃଦ୍ଧି ହୋଇଥିଲା । ତେଣୁ ବାଲିମେଳା ଜଳଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନିଆଯାଇଥିବା ପ୍ରଶାସନ ତରଫରୁ ଜଣାଇଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.