ବାଲିଗୁଡା, ୬/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ପଞ୍ଚାୟତର ୦୮ନଂ ୱାର୍ଡ(ଚଣାପଦର)ରୁ ଜଣେ ଯୁବତୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି। ଚିହ୍ନଟ ଯୁବତୀ ଜଣକ ବୌଦ୍ଧ ଲିଙ୍କ ଥିବାବେଳେ କ ନୂଆଗାଁ ବଜାରରେ ଏକ ରାକ୍ଷୀ ଦୋକାନରେ ବ୍ୟବସାୟୀଙ୍କୁ ସହଯୋଗ କରୁଥିଲେ। ସେ ଯେଉଁ ବ୍ୟବସାୟୀଙ୍କୁ ସହଯୋଗ କରୁଥିଲେ ତାଙ୍କର ଏକ ପରିବା ଦୋକାନ ମଧ୍ୟ ଅଛି। ତେବେ ପ୍ରଶାସନ ତରଫରୁ ଉକ୍ତ ଦୋକାନକୁ ସିଲ୍ କରାଯାଇଛି। ସେ ୬ଟି ପରିବାର ସଂସ୍ପର୍ଶରେ ଆସିଥିବା ସୂଚନା ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଚଣାପଦର, ପୁରୁଣାନୂଆଗାଁ, ଯୁଗାପଦର ନୂଆଗାଁ, କଂଜାମେଣ୍ଡି, ରାଜଘରା, ସୁରାପାଙ୍ଗା, ଗଜିପଦର, ଡେଡିମାହା, ଗହିଙ୍ଗିଆ ଓ କୁଡୁତୁଲି ପଞ୍ଚାୟତର ଶ୍ରୀରାମପଲ୍ଲୀକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହା ସହ ବଫର୍ ଜୋନ୍ ଭାବେ ନୂଆ ରାଜଘରା, ଜୁରୁକପଡା, କମାଙ୍ଗି, ଗୁଂଜିଗାଁ, ଡପାରଗାଁ, କୁଟିକିଆ, କୁଡୁତୁଲି, ମାରବାଲି, ଡାମେରିକିଆ, ବୁଡାବାଲି, ଡେଙ୍ଗଲାରଗାଁ, ସାରକେତା, ଜନାଗୁଏଲ, ଜମା, ଲିମାପଦରକୁ ଘୋଷଣା କରାଯାଇଛି। କରୋନା ପଜିଟିଭ୍ ଚିହ୍ନଟ ପରେ କ ନୂଆଗାଁ ବଜାରକୁ ସାନିଟାଇଜର କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ସ୍ୱୀକୃତି ପ୍ରାପ୍ତ ବ୍ୟବସାୟୀଙ୍କ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି।