ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ବିଶ୍ୱକୁ ମହାମାରୀ କରୋନା ମୁକ୍ତ କରିବା ପାଇଁ ଜାତୀୟ, ଆନ୍ତର୍ଜାତୀୟ ତଥା ଆଞ୍ଚଳିକ ସ୍ତରରେ ବିଭିନ୍ନ ପଦକ୍ଷେପ ମାନ ନିଆଯାଉଥିବାବେଳେ ଏହି ଜିଲାର କଲେ ପଂଚାୟତ କ୍ଷେତ୍ରବାସୀ ସାହୁ ଚୁନିଦା ଠାରେ ଯାଜପୁର ଦଶରଥପୁର ବ୍ଲକ୍ସ୍ଥିିତ ବାବଲପୁର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ମଙ୍ଗଳପୁରସ୍ଥ ଡଲଫିନ୍ ଡ୍ୟାନ୍ସ ସ୍କୁଲ ଏଣ୍ଡ ଗ୍ରୁପ୍ ପକ୍ଷରୁ କରୋନା ସଚେତନ ଧର୍ମୀ ସାମାଜିକ ନାଟକ ପଲ୍ଲୀସଂଗୀତ ପରିବେଷଣ କରାଯାଇ ଆସୁଛି । ଏହି ସଚେତନ କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ, ଡଲଫିନ୍ ଡ୍ୟାନ୍ସ ଏଣ୍ଡ ଗ୍ରୁପ୍ର ନିର୍ଦ୍ଦେଶକ ମିହିର କୁମାରଙ୍କ ସମେତ କୁରାଳ ଫାଉଣ୍ଡେସନ ପକ୍ଷରୁ କାହ୍ନୁଚରଣ ସାହୁ, ଗୀତାଞ୍ଜଳି ବେହେରା, ରଶ୍ମିତା ସାହୁ, ମଧୁସ୍ମିତା ସାହୁ, ରାଜଶ୍ରୀ ବେହେରା, ଶ୍ରଦ୍ଧାଞ୍ଜଳି ସାହୁ, ପୁରସ୍ତମ ବେହେରା, ଦିଗମ୍ବର ସାହୁ, ଲୋକନାଥ ବେହେରା, ଚନ୍ଦ୍ରମଣି ବେହେରା, ଭାସ୍କର ଚନ୍ଦ୍ର ସାହୁ, ରବିନ୍ଦ୍ର ସାହୁ, ସନାତନ ବେହେରା, ନିରାକାର ସାହୁ, ଦୁଃଶାସନ ସାହୁ, ଦାମୋଦର ସାହୁ, ପରମାନନ୍ଦ ସାହୁ, ରାମଚନ୍ଦ୍ର ସାହୁ, ଆନନ୍ଦ ସାହୁ, ବଂଶୀଧର ସାହୁ, ପ୍ରଭାକର ସାହୁ, ଅର୍ଜୁନ ବେହେରାଙ୍କ ସମେତ ଅନୁଷ୍ଠାନର ବହୁ କର୍ମକର୍ତ୍ତା କରୋନା ନିୟମାନୁସାରେ ସାମାଜିକ ଦୂରତା ରକ୍ଷା ପୂର୍ବକ ସହଯୋଗ କରିଥିଲେ । ସମଗ୍ର ବିଶ୍ୱରୁ ମହାମାରୀ କରୋନାର ବିନାଶ ହେବାଯାଏ ଏହି ନିରସ୍ତ୍ର କରୋନା ଯୋଦ୍ଧାଙ୍କ ସଂଗ୍ରାମ ଜାରି ରହିବ ବୋଲି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଦାଶ ଗଣମାଧ୍ୟମକୁ କହିଛନ୍ତି ।