Home ଜିଲ୍ଲା ପରିକ୍ରମା କ୍ରୀଡ଼ାକୁ କ୍ୟାରିୟର କଲେ ରୋଜଗାର ଓ ସୁନାମ ମିଳିପାରିବ, ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା...

କ୍ରୀଡ଼ାକୁ କ୍ୟାରିୟର କଲେ ରୋଜଗାର ଓ ସୁନାମ ମିଳିପାରିବ, ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ, ଜିଲ୍ଲା ସ୍ତରୀୟ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

52

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ପ୍ରତିଭାର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କର ନିଆରା କାର୍ଯ୍ୟକ୍ରମ ନୁଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଗତ ୨୭.୧୨.୨୦୨୩ ରୁ ଆରମ୍ଭ ହୋଇଥିବା ଭଦ୍ରକ ଜିଲ୍ଲା ସ୍ତରୀୟ, କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଯାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ୍‌, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ସି.ଡ଼ି.ଓ. ସରୋଜ କୁମାର ଦତ୍ତ ପ୍ରମୁଖ ଯୋଗଦେଇ କ୍ରୀଡ଼ା, ସାଂସ୍କୃତିକ ଆଦି ପ୍ରତିଭା ଚିହ୍ନଟ ଓ ସେମାନଙ୍କ ବିକାଶ ଦିଗରେ ନୂଆ ଓ କାର୍ଯ୍ୟକ୍ରମର ଉପାଦେୟତା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ ।ଭଲ ଖେଳିଲେ ଭବିଷ୍ୟତରେ ଜଣେ କ୍ରୀଡ଼ାବିତ୍ ଭାବେ ଜିଲ୍ଲା, ରାଜ୍ୟ ଓ ଦେଶର ସୁନାମ ଆଣିବା ସହିତ ଭଲ ରୋଜଗାର କରିପାରିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଏହି କ୍ରୀଡ଼ା ଉତ୍ସବରେ ଅଂଶ ଗ୍ରହଣ କରିଥିବା ସମସ୍ତ ଚାମ୍ପିୟନ ଓ ରନର୍ସଅପ ଦଳମାନଙ୍କୁ ଆର୍ଥିକ ପୁରସ୍କାର ସହ ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯାଇଥିଲା । ଚାମ୍ପିୟନ ଦଳକୁ ୫୦ ହଜାର ଟଙ୍କା ପ୍ରଥମ ରନର୍ସଅପ ଦଳକୁ ୩୦ ହଜାର ଟଙ୍କା ଓ ଦୁଇଟି ଲେଖାଏଁ ଦ୍ୱିତୀୟ ରନର୍ସଅପ ଦଳକୁ ୨୦ ହଜାର ଲେଖା ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ସୂଚନା ଯୋଗ୍ୟକି ଏହି କ୍ରୀଡ଼ା ଉତ୍ସବରେ ସମୁଦାୟ ୬ଟି ଖେଳରେ ୭୬ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏବଂ ୧୧୦୫ ଜଣ ଖେଳାଳି ଏଥିରେ ଅଂଶ ଗ୍ରହଣ କରିଥିଲେ । ଚଳଚିତ୍ର ତାରକା ପୁପିନ୍ଦରଙ୍କ ଆକର୍ଷଣୀୟ ଉଦ୍‌ଘୋଷଣା କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିତୋଳିଥିଲା ।

ପୁରସ୍କାର ବିତରଣ ପରେ ପରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଆଶୁତୋଷ, ନାଭ୍ୟା ଜାଇତି, ଜାଜ୍ଞସେନୀ ନାୟକଙ୍କ ଦ୍ୱାରା ପରିବେଶିତ ମେଲୋଡ଼ି ଖୁବ୍ ମନମୁଗ୍ଧକର ଥିଲା । ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବରେ ଆୟୋଜିତ ହୋଇଥିବା ନିର୍ଦ୍ଧାରିତ ୬ଟି ଖେଳ ମଧ୍ୟରେ ମହିଳା କ୍ରିକେଟ୍‌ରେ ଭଦ୍ରକ କ୍ରିକେଟ୍ ଆକାଡ଼େମୀ ଚାମ୍ପିୟନ, ବୈତରଣୀ ବାଳିକା କ୍ରିକେଟ୍‌, ଧାମନଗର ୧ମ ରନର୍ସ ଅପ୍‌, ପୁରୁଷ କ୍ରିକେଟ୍‌ରେ ଏସ୍‌.ବି.ଡ଼ି. କ୍ରିକେଟ୍ ଆକାଡ଼େମୀ ଚାମ୍ପିୟନ, କଳିଙ୍ଗ ସ୍ପୋର୍ଟସ୍ କ୍ଲବ୍‌, ତେନ୍ତୁଳିଡ଼ିହି, ବାସୁଦେବପୁର ୧ମ ରନର୍ସଅପ୍‌, ମହିଳା ଭଲିରେ ବ୍ରାହ୍ମଣ ଗାଁ ବାଳିକା ଭଲି ବଲ ଟିମ୍ ବାସୁଦେବପୁର ଚାମ୍ପିୟନ, ଏ.ଏସ୍‌.ଏଚ୍‌.ଏସ୍‌. ଅଚକ, ତିହିଡ଼ି ୧ମ ରନର୍ସଅପ୍‌, ଭଲିବଲ ପୁରୁଷରେ ପାୱାର ଷ୍ଟ୍ରାଇକର ନରସିଂହପୁର, ଚାନ୍ଦବାଲି ଚମ୍ପିୟନ, ବି.କେ.ଏସ୍‌.ଏ. ଭଲିବଲଟିମ୍‌, ଚୁଡ଼ାମଣି ବାସୁଦେବପୁର ୧ମ ରନର୍ସଅପ୍‌, କବାଡ଼ି ମହିଳାରେ ପଞ୍ଚାୟତ ଡିଗ୍ରୀ କଲେଜ, ବାରିକପୁର ଭଣ୍ଡାରିପୋଖରୀ ଚାମ୍ପିୟନ, ଚାନ୍ଦବାଲି ୱାରିଆରସ ୧ମ ରନର୍ସ ଅପ୍‌, କବାଡ଼ି ପୁରୁଷରେ ନବଦିଗନ୍ତ ଯୁବକ ସଂଘ, ଧାମନଗର ଚାମ୍ପିୟନ କଳିଙ୍ଗ କ୍ଲବ୍‌, ଜଗନ୍ନାଥପୁର, ଭଦ୍ରକ ୧ମ ରନର୍ସ ଅପ, ମହିଳା ଖୋ ଖୋ ରେ ଜେଜେ କେଏଚ୍‌, ଆନନ୍ଦପୁର, ଧାମନଗର ଚାମ୍ପିୟନ, ମା ଦୁର୍ଗା ଟିମ୍ ଭଦ୍ରକ ୧ମ ରନର୍ସ ଅପ୍‌, ପୁରୁଷ ଖୋ ଖୋ ରେ ଜେଜେକେଏଚ, ଆନନ୍ଦପୁର, ଧାମନଗର ଚାମ୍ପିୟନ ଓ ବୀଣାପାଣି ଖୋଖୋ ଟିମ୍ ଗୁଆମାଳ ତିହିଡ଼ି ୧ମ ରନର୍ସଅପ୍‌, ହକି ମହିଳାରେ ବାସୁଦେବପୁର ମହିଳା ହକିଟିମ୍ ଚାମ୍ପିୟନ, ଭଦ୍ରକ ହକି ୧ମ ରନର୍ସଅପ, ହକି ପୁରୁଷରେ ବାସୁଦେବପୁର ହକିଟିମ୍ ଚାମ୍ପିୟନ, ପ୍ରଗତିକ୍ଲବ୍‌, ବାସୁଦେବପୁର ୧ମ ରନର୍ସଅପ୍‌, ଫୁଟବଲ ମହିଳାରେ ଭଦ୍ରକ ଜିଲ୍ଲା ମହିଳା ଫୁଟବଲ ସଂଘ ଚାମ୍ପିୟନ, ବୈତରଣୀ ଗାର୍ଲସ୍ ଫୁଟବଲ ଟିମ୍ ଧାମନଗର ୧ମ ରନର୍ସଅପ୍‌, ଫୁଟବଲ ପୁରୁଷରେ ଓକରା ଫୁଟବଲ ଟିମ୍ ଭଦ୍ରକ ଚାମ୍ପିୟନ, ହନୁମାନ ଜିଉ ଫୁଟବଲ୍ ଟିମ୍ ଭଦ୍ରକ ୧ମ ରନର୍ସ ଅପ୍ ହୋଇଥିବା ଜଣାଯାଇଛି ।

ପ୍ରତି ବର୍ଗରେ ଖେଳରେ ୨ଟି ଲେଖା ଦଳକୁ ୨ୟ ରନର୍ସଅପ୍ ଭାବେ ମଧ୍ୟ ପୁରସ୍କୃତ କରାଯାଇଛି । ସୂଚନା ଯୋଗ୍ୟକି ୬ଟି ଖେଳରେ ମହିଳା ବର୍ଗର ଚାମ୍ପିୟନ ଦଳକୁ କୃଷି ଓ କୃଷକ ସଶକ୍ତ କରଣ ବିଭାଗ ର ମିଲେଟ ମିଶ୍‌ନ ତରଫରୁ ମଧ୍ୟ ଟ୍ରଫି ପ୍ରଦାନ କରାଯାଇଛି । ଏ.ସି.ଡ଼ି.ଓ. କୁଶଳ ଚନ୍ଦ୍ର ନାୟକ, ଏ.ପି.ଡ଼ି. ପ୍ରହଲ୍ଲାଦ ରଣା, ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ, ଡ଼ି.ପି.ଏନ୍‌. ସଂଜୟ କୁମାର ବାରିକ୍‌, ସ୍ୱଳ୍ପ ସଞ୍ଚୟ ଅଧିକାରୀ ପଦ୍ମନ୍ନ ରାୟ, ଭଦ୍ରକ ତହସିଲଦାର ସଂଗ୍ରାମ କେଶରୀ କ୍ରିୟଦର୍ଶୀ ଖୁଣ୍ଟିଆ, ସି.ଟି.ଡ଼ି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ, ଜିଲ୍ଲା କ୍ରୀଡ଼ାଧିକରୀ ତନ୍ମିତା କର, କୃଷି ଅଧିକାରୀ ଶ୍ରୀଧର ଦାସ ପ୍ରମୁଖ ଏହି କାର୍ଯ୍ୟ କ୍ରମରେ ଉପସ୍ଥିତ ରହି ଆନୁସଂଗିତ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.