Home ଓଡ଼ିଶା କ୍ରାନ୍ତି ଦିବସ ରେ ରଣପୁର ବ୍ଲକ ଆଗରେ ଆଇନ୍ ଅମାନ୍ୟ ଆନ୍ଦୋଳନ

କ୍ରାନ୍ତି ଦିବସ ରେ ରଣପୁର ବ୍ଲକ ଆଗରେ ଆଇନ୍ ଅମାନ୍ୟ ଆନ୍ଦୋଳନ

87

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୦୮-ସାରା ଭାରତ ବର୍ଷ ରେ ୧୯୪୨ ମସିହା ଅଗଷ୍ଟ ୯ ତାରିଖ ରେ ବ୍ରିଟିଶ ସରକାର ବିରୋଧ ରେ ଭାରତ ଛାଡ ଆନ୍ଦୋଳନ ଡାକରା ଦିଆଯାଇଥିଲା । ସେହି ପରିପ୍ରେକ୍ଷୀ ରେ ୨୦୨୧ ମସିହା ଅଗଷ୍ଟ ୯ କ୍ରାନ୍ତି ଦିବସ ରେ ମିଳିତ ମଂଚ ତରଫରୁ ରଣପୁର ବ୍ଲକ ରେ ବିକ୍ଷୋଭ ଓ ଆଇନ୍ ଅମାନ୍ୟ ଆନ୍ଦୋଳନ କରାଯାଇଥିଲା । ଦେଶତମାମ୍ ଏହା ସତ୍ୟାଗ୍ରହ ଭାବରେ ଡାକରା ଦିଆଯାଇଥିଲା । ଏହି ଆନ୍ଦୋଳନ ରେ ଶ୍ରମିକ , କୃଷକ ଓ କ୍ଷେତ୍ ମଜଦୁର ମୁଲିଆ ମାନେ ସାମିଲ୍ ହୋଇଥିଲେ । କେନ୍ଦ୍ର ମୋଦୀ ସରକାର ଙ୍କ ଚାଷୀ ଓ ଶ୍ରମିକ ବିରୋଧି ନୀତି ବିରୁଦ୍ଧ ରେ ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା ।

ରଣପୁର ପଞ୍ଚୁଦୋଳ ପଡିଆ ସହିଦ୍ ରଘୁ ଦିବାକର ମଣ୍ଡପରୁ ଏହି ଶୋଭାଯାତ୍ରା ବାହାରି ରଣପୁର ବ୍ଲକ ନିକଟରେ ପହଂଚି ଥିଲା । ବିକ୍ଷୋଭକାରୀ ମାନେ ଆଇନ୍ ଅମାନ୍ୟ ଆନ୍ଦୋଳନ କରିଥିଲେ । ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ଓ ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି ବ୍ଲକ ରେ ପହଂଚି ଆଇନ୍ ଅମାନ୍ୟକାରୀ ଙ୍କୁ ଗିରଫ କରି ଜାମିନ୍ ରେ ଛାଡିଥିବା ଜଣାପଡିଛି । ଆନ୍ଦୋଳନକାରୀ ମାନେ ସିଧାସଳଖ ଭାବେ କେତେକ ସମସ୍ୟା ନେଇ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର ଙ୍କ ସହ ଭେଟିଥିଲେ । ଋତୁପର୍ଣ୍ଣା ମହାପାତ୍ର ସମସ୍ତ ସମସ୍ୟା ର ସମାଧାନ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.