Home ଜିଲ୍ଲା ପରିକ୍ରମା କ୍ରାନ୍ତିଦିବସ ଅବସରରେ କଳା କୃଷିବିଲ୍‌କୁ ବିଭିନ୍ନ ସ୍ଥାନରେ ପୋଡିଲେ ଶ୍ରମିକ ଓ କୃଷକ

କ୍ରାନ୍ତିଦିବସ ଅବସରରେ କଳା କୃଷିବିଲ୍‌କୁ ବିଭିନ୍ନ ସ୍ଥାନରେ ପୋଡିଲେ ଶ୍ରମିକ ଓ କୃଷକ

31

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ଦେଶରେ ଆଜି ଶ୍ରମିକ ଓ କୃଷକମାନଙ୍କ ମଧ୍ୟରୁ କ୍ରାନ୍ତିଦିବସ ପାଳିତ ହେଉଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସଂସଦରେ ଆଗତ ୩ଟି କୃଷି ଆଇନ୍‌କୁ ପ୍ରତିବାଦ ସ୍ୱରୂପ କଳା ତାଲିକାଭୁକ୍ତ କରି ବିଶିଷ୍ଟ ଶ୍ରମିକ ନେତା ଅଭିନ୍ନ ରାୟଙ୍କ ଘର ସମ୍ମୁଖରେ ଶ୍ରମିକ ଓ କୃଷକମାନଙ୍କ ପକ୍ଷରୁ ଅଧିବକ୍ତା ତଥା ବରିଷ୍ଠ ଶ୍ରମିକନେତା ଦିବ୍ୟସିଂହ ନାୟକ ନିଆଁ ଲଗାଇ ପୋଡିଛନ୍ତି । ଏହି ଅବସରରେ କରୋନା କଟକଣା ମଧ୍ୟରେ ଆୟୋଜିତ ସଭାରେ ଶ୍ରୀ ସିଂ ସମଗ୍ର ଦେଶରେ ଗତ ୧୯୭୪ ମସିହାରେ ମହାନ୍ କ୍ରାନ୍ତିକାରୀ ନେତା ଜୟପ୍ରକାଶ ନାରାୟଣଙ୍କ ଡାକରାରେ ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନର ଶୁଭାରମ୍ଭ ଏହି ଜୁନ୍ ମାସ ୫ ତାରିଖରେ ଆରମ୍ଭ ହୋଇଥିଲା ବୋଲି ସୂଚାଇ ମୋଦି ସରକାର ୨୦୨୦ ସେହି ଜୁନ୍ ମାସ ୫ ତାରିଖରେ ସଂସଦରେ କୃଷକ ବିରୋଧୀ ୩ଟି କୃଷି ଆଇନ୍ ବିଲ୍‌କୁ ଉପସ୍ଥାପନା କରିଛନ୍ତି । ଏହି କୃଷି ବିଲ୍‌କୁ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୁମ୍‌ରେ ନଭେମ୍ବର ମାସରେ ସଂସଦରେ ଆଇନରେ ପରିଣତ କରି ବହୁଜାତୀୟ କଂପାନୀକୁ ବିକ୍ରି କରି ଅତ୍ୟାବଶ୍ୟକୀୟ ଆଇନ୍ ୧୯୫୫ କୁ ସଂଶୋଧନ କରିଥିବାରୁ ତାର ପ୍ରତିବାଦରେ ଦେଶବ୍ୟାପୀ ଲକ୍ଷଲକ୍ଷ କୃଷକ ଦିଲ୍ଲୀଠାରେ ଆନ୍ଦୋଳନ କରିଥିଲେ । ଏଥିରେ ୬ ଶହରୁ ଅଧିକ କୃଷକ ସହୀଦ ହୋଇଛନ୍ତି । ବହୁ ପ୍ରତିଭାଧାରୀ ବ୍ୟକ୍ତି ଆଇପିଏସ୍ ଚାକିରୀ ଛାଡିଛନ୍ତି । ପଦ୍ମଭୂଷଣ ପୁରସ୍କାରକୁ ଫେରାଇଛନ୍ତି । ବହୁ ସୁନାମଧନ୍ୟ କଳାକାର, କ୍ରୀଡାବିତ୍ ସେମାନଙ୍କର ପୁରସ୍କାରକୁ ସରକାରଙ୍କୁ ଫେରସ୍ତ କରିଛନ୍ତି ।

ଆଜି ଦେଶ ତମାମ୍ ମିଳିତ କୃଷକ ସଂଘର୍ଷ ସମନ୍ୱୟ ସମିତି ଡାକରାରେ ଜିଲାର ବନ୍ତଛକ, ନେତାଜୀ ନଗର, ସାହାପୁର, ଆଗରପଡା, ବନ୍ତ, ଧାମନଗର, ତିହିଡି, ବାରୁଅ, ଚାନ୍ଦବାଲି, ଯଶିପୁର, ନଳଗୋହିରା, ଜନ୍ତୁଆଳି, ଛୟାଳସିଂ ଓ ଘଣ୍ଟେଶ୍ୱର ଠାରେ ଏହି ଦିବସ ଯଥାକ୍ରମେ ଶ୍ରମିକ ଓ କୃଷକ ନେତା ଶ୍ରୀ ନାୟକଙ୍କ ସମେତ ଅଭିନ୍ନ ରାୟ, ପ୍ରଭାସ ମହାପାତ୍ର, ରାଧା ଦାସ, ନାରାୟଣ ଦାସ, ଜଏନୁଲ ଆବେଦିନ, ଗୟାଧର ସାହୁ, ମଳୟ ଭୋଇ, ବିଷ୍ଣୁ ଦାଶ, ରବି ଦାସ, ମହେଶ୍ୱର ନାୟକ, ବିକାଶ ନାଥ, ଅଭିରାମ ବଳ, କାହ୍ନୁ ସାହୁ, ଗୌରାଙ୍ଗ ଜେନା, ନିରଂଜନ ପାଣି, କାଳନ୍ଦୀ ପାତ୍ର, ପ୍ରଫୁଲ୍ଲ ପାଢୀ, ଗିରିଧାରୀ ନାଥ, ଚନ୍ଦ୍ରଶେଖର ନାୟକ, ବିନୋଦ ସାହୁ, ପ୍ରତାପ ଦାସ, ସତ୍ୟମୂର୍ତ୍ତି ବେହେରାଙ୍କ ଉପସ୍ଥିତିରେ ପାଳିତ ହୋଇଛି । ଏଥିରେ ସରକାରଙ୍କ ନିକଟରେ ସମସ୍ତଙ୍କୁ କୋଭିଡ୍ ଟୀକା ପ୍ରଦାନ, ଦରଦାମ୍ ବୃଦ୍ଧି ବନ୍ଦ, ପେଟ୍ରୋଲ, ଡିଜେଲ୍ ଓ ଇନ୍ଧନ ଗ୍ୟାସ୍ ମୂଲ୍ୟ ହ୍ରାସ, ଆୟକର ଦେଉନଥିବା ସମସ୍ତ ଲୋକଙ୍କୁ ମାଗଣା ରାସନ୍‌, ମାସକୁ ସବୁବର୍ଗର ଶ୍ରମିକ, କର୍ମଚାରୀ ଓ କୃଷି ଶ୍ରମିକଙ୍କୁ ୭ ହଜାର ୫ ଶହ ଟଙ୍କା ରାଜ୍ୟ ଓ କେନ୍ଦ୍ର ସରକାର ଯୋଗାଇଦେବା, ଚାନ୍ଦବାଲି, ତିହିଡି ଓ ଧାମନଗରରେ ୟାସ୍ ବାତ୍ୟା ଜନିତ କ୍ଷତିଗ୍ରସ୍ତ ଲୋକଙ୍କୁ ଏକମାସ ପାଇଁ ରିଲିଫ୍‌, ଚାଷ, ମାଛ, ଗଛ ଓ ଗୃହ ହରାଇଥିବା ବେଘର ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.