Home କୋରାପୁଟ କୋଲାବ ଜଳ ଭଣ୍ଡାରରୁ ମିଳିଲା ଯୁବକଙ୍କ ମୃତଦେହ

କୋଲାବ ଜଳ ଭଣ୍ଡାରରୁ ମିଳିଲା ଯୁବକଙ୍କ ମୃତଦେହ

308

କୋରାପୁଟ ; ତା୨୭-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଉପର କୋଲାବ ଜଳ ଭଣ୍ଡାରର ଘାଟଗୁଡା ଗ୍ରାମ ନିକଟରେ ଜଣେ ଯୁବକଙ୍କ ମୃତ ଦେହ ସୁନାବେଡା ପୁଲିସ ଉଦ୍ଧାର କରିଛି। ମୃତଦେହଟି ସେମିଲିଗୁଡାର ରାହୁଲ୍ ଡାଙ୍ଗୁଆର ବୋଲି ଜଣା ପଡିଛି। ସୁନାବେଡା ଥାନା ପୁଲିସ ମଙ୍ଗଳବାର ରାତିରେ ପାଟ୍ରୋଲିଂ କରୁଥିବାବେଳେ କୋଲାବଜଳ ଭଣ୍ଡାର ଘଟଗୁଡା ପୋଲ ନିକଟରେ ଏକ ମୋପେଡ୍ ରଖା ଯାଇଥିବା ଦେଖିଥିଲା। ମୋପେଡରେ ଚାବି ଲାଗିଥିଲେ ମଧ୍ୟ ନିକଟରେ କାହାକୁ ଦେଖିନପାରିବାରୁ ପୁଲିସ କିଛି ସମୟ ଅପେକ୍ଷା କରିଥିଲା। ଅପେକ୍ଷା କରିବା ପରେ ମଧ୍ୟ କେହି ନଆସିବାରୁ ପୁଲିସ ମୋପେଟ ଥାନାକୁ ନେଇ ଆସିଥିଲା। ତେବେ ବୁଧବାର ପୂର୍ବାହ୍ନରେ ଏକ ମୃତଦେହ କୋଲାବ ଜଳ ଭଣ୍ଡାରରେ ଭାସୁଥିବା ଦେଖି ଘାଟଗୁଡା ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ସୁନାବେଡା ଥାନା ଭାରପ୍ରାପ୍ତ ଅଧିକାରୀ ଇଗ୍ନେଶ ବାର୍ଲା ପୁଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଥିଲେ। ଏହା ଏକ ଆତ୍ମହତ୍ୟା ଘଟଣା ହୋଇ ଥାଇ ପାରେ ବୋଲି ପୁଲିସସନ୍ଦେହ କରୁଥିବାବେଳେ ତଦନ୍ତ ପରେ ସମସ୍ତ ତଥ୍ୟ ଜଣା ପଡିବ ବୋଲି ଓଆଇସି ବାର୍ଲା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.