Home କେନ୍ଦ୍ରାପଡ଼ା କୋର୍ଟରେ ଚାକିରି କରାଇ ଦେବାକୁ କହି ଠକେଇ ଅଭିଯୋଗ

କୋର୍ଟରେ ଚାକିରି କରାଇ ଦେବାକୁ କହି ଠକେଇ ଅଭିଯୋଗ

42

କେନ୍ଦ୍ରାପଡ଼ା ୧୭ ଜୁଲାଇ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡ଼ା କୋର୍ଟରେ ଚାକିରି କରାଇ ଦେବାକୁ କହି ଯୁବକ ଯୁବତୀମାନଙ୍କ ଠାରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ସମ୍ପର୍କରେ ଅଭିଯୋଗ ପାଇ ମଧ୍ୟ କେନ୍ଦ୍ରାପଡା ସଦର ଥାନା ପୋଲିସ କୈାଣସି ମାମଲା ରୁଜୁ କରୁ ନଥିବା ଅଭିଯୋଗ ହୋଇଛି। ତେଣୁ ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ହଳଧର ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଶ୍ରୀ ସେଠୀ ଅଭିଯୋଗ କରିଛନ୍ତି ଯେ ଗୁଲନଗର ଗ୍ରାମରେ ରହୁଥିବା ଏକ ଦମ୍ପତ୍ତି କ୍ଷିତିଶ ଚନ୍ଦ୍ର ଦଣ୍ଡପାଟ(୩୨) ଓ ଦିବ୍ୟାରାଣୀ ଦଣ୍ଡପାଟ (୨୮) କେନ୍ଦ୍ରାପଡ଼ା ଅଦାଲତରେ କନିଷ୍ଠ କିରାଣି ପଦବୀରେ ଚାକିରି କରାଇ ଦେବାକୁ କହି ୩୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏହି ଠକ ଦମ୍ପତ୍ତିଙ୍କ ସମ୍ପର୍କରେ ସଦର ଥାନାରେ ଅଭିଯୋଗ ହୋଇଥିଲେବି ପୋଲିସ ସେମାନଙ୍କୁ ଗିରଫ କରି ନାହିଁ। କେବଳ ପଚରା ଉଚରା କରି ଛାଡି ଦେଇଛି। ତେଣୁ ପୋଲିସ ଅଭିଯୁକ୍ତଙ୍କୁ ଫେରାର କରାଇବାରେ ସହଯୋଗ କରିଥିବା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛିି। ଅଭିଯୋଗ ଅନୁଯାଇ ଏହି ଠକ ଦମ୍ପତ୍ତି ଜିଲ୍ଲାଜଜଙ୍କ ସ୍ୱାକ୍ଷରକୁ ଜାଲିଆତି କରି ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ସେହିପରି ଜିଲ୍ଲା ଅଦାଲତର ଷ୍ଟାମ୍ପକୁ ମଧ୍ୟ ଜାଲିଆତିି କରିଛନ୍ତି। ତେଣୁ ଏହି ଠକ ଦମ୍ପତ୍ତିଙ୍କୁ ତୁରନ୍ତ ଗିରଫ କରାଯାଇ ସେମାନଙ୍କ ଠାରୁ ଅର୍ଥ ଆଦାୟ କରାଯିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସେଠୀ ଦାବି କରିଛନ୍ତି। ଶ୍ରୀ ସେଠୀଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ଆଇନ୍‌ଜୀବୀ ଧରଣୀଧର ସୁଆର, କଂଗ୍ରେସ ନେତା ମୁକ୍ତାର ଖାଁ, ରତ୍ନାକର ସେଠୀ, ଭ୍ରମର ରାଉତ, ବିଜୟ କୁମାର ସେଠୀ, ପ୍ରହଲ୍ଲାଦ ବେହେରା ପ୍ରମୁଖ ତୁରନ୍ତ ଠକ ଦମ୍ପତ୍ତିଙ୍କୁ ଗିରଫ କରବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି କରିଛନ୍ତି। ଅଭିଯୋଗ ପାଇବା ପରେ ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଡ଼କର ସଦର ଥାନା ଇନସପେକ୍ଟର ପବିତ୍ର ମହାରଣାଙ୍କୁ ମାମଲା ରୁଜୁ କରି ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶ ପାଇବା ପରେ ସଦର ଥାନା ପୋଲିସ ଏକ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.