କୋରାପୁଟ ୧୧-୦୫ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହରର ଅନ୍ନପୂର୍ଣ୍ଣା ହୋଟେଲ ପାଶ୍ୱର୍ରେ କ୍ଷୀର ଓ ପନିର ବ୍ୟବସାୟୀ କରୁଥିବା ଲକ୍ଷ୍ମିଧର ସାହୁ(ନନ୍ଦଭାଇ)ଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । କିଛି ଦିନ ପୂର୍ବରୁ ସେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ଥିବା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତ୍ରୀରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କୋଭିଡ ଗାଇଡଲାଇନ ଅନୁସାରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି ।ବିଭିନ୍ନ ବ୍ୟବସାୟୀ ସଂଘ ଓ ବ୍ୟକ୍ତି ବିଶେଷ ନନ୍ଦଭାଇଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ।