କୋରାପୁଟ ୦୩-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହରରେ ଥିବା ପୁରୁଣା ମଶାଣୀରେ ଏ ପର୍ଯ୍ୟନ୍ତ ୭୨ କୋଭିଡ ଆକ୍ରାନ୍ତ ମୃତଦେହ ସତ୍କାର କରାଯାଇଥିବା ଠିକାଦାର ରବିନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।ରାଜ୍ୟ ସରକାର ଗୋଟିଏ ମୃତଦେହ ସତ୍କାର ନିମନ୍ତେ ୭୫୦୦ ଟଙ୍କା ପ୍ରଦାନ କରୁଥିବା ଜଣାପଡିଛି ।କୋରାପୁଟ ମ୍ୟନୁସିପାଲଟି ତରଫରୁ ପରିମଳ ଠିକାଦାର ରବିନ୍ଦ୍ର ସାହୁଙ୍କୁ ସତ୍କାର ନିମନ୍ତେ ରଖାଯାଇଥିବା ବେଳେ ଏଥି ନିମନ୍ତେ ୭ ଜଣ ଝାଡୁଦାର ନିୟୋଜିତ ହୋଇଥିବା କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟ ସୂଚନା ଦେଇଛନ୍ତି । ଜଣେ ମୃତବ୍ୟକ୍ତିଙ୍କ ସତ୍କାର ନିମନ୍ତେ ଝାଡୁଦାରଙ୍କୁ ୨ ହଜାର ଟଙ୍କା ଏବଂ କଲେଜ ହସପିଟାଲରୁ ମଶାଣୀକୁ ଆଣୁଥିବା ଝାଡୁଦାରଙ୍କୁ ୨ ହଜାର ଟଙ୍କା ଦିଆଯାଉଥିବା ଠିକାଦାର ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।କାଠ ଓ ଅନ୍ୟାନ୍ୟ ସାମଗ୍ରୀ ନିମନ୍ତେ ୩୫୦୦ ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି ସେ ସୂଚନା ଦେଇଛନ୍ତି ।ପିପିଇ କିଟ ପିନ୍ଧି କାର୍ଯ୍ୟକରିବା ସମ୍ଭବ ହେଉ ନ ଥିବାରୁ ବିନା ପିପିଇ କିଟରେ ଝାଡୁଦାରମାନେ ମୃତଦେହ ଜଲାଉଥିବା ସେ ପ୍ରକାଶ କରିଛନ୍ତି ।କୋଭିଡ ଆକ୍ରାନ୍ତ ମୃତଦେହ ସତ୍କାର କରୁଥିବା ବ୍ୟକ୍ତିଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ମୃତଦେହ ପିଛା ପାଉଣା ବୃଦ୍ଧି ଓ ଉପଯୁକ୍ତ ବୀମାରେ ଅନ୍ତଭୂକ୍ତ କରିବାକୁୟ ସାଧାରଣରେ ଦାବି ହେଉଛି ।